ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ୧୧ ହଜାର କୋଟି ଟଙ୍କାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଦ୍ୱାରକା ଏକ୍ସପ୍ରେସୱେ ଏବଂ ଦିଲ୍ଲୀ ସେକ୍ସନର ସହରାଞ୍ଚଳ ସମ୍ପ୍ରସାରଣ ରାସ୍ତା-୨ । ଏହି ପ୍ରକଳ୍ପଗୁଡ଼ିକର ଲକ୍ଷ୍ୟ ହେଉଛି ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ଟ୍ରାଫିକ୍ ସୁଗମ କରିବା, ଯାତ୍ରା ସମୟ ହ୍ରାସ କରିବା ଏବଂ ରାଜଧାନୀକୁ ଭିଡ଼ରୁ ମୁକ୍ତି ଦେବା । ଏହି କରିଡର ଦିଲ୍ଲୀକୁ ଟ୍ରାଫିକ୍ ଜାମ୍ ରୁ ମୁକ୍ତି ଦେବ, ୪୦ ମିନିଟ୍ ମଧ୍ୟରେ ଆଇଜିଆଇ ବିମାନବନ୍ଦରରେ ପହଞ୍ଚିବ। ଏନସିଆରରୁ ଚଣ୍ଡିଗଡ଼ ଯାତ୍ରା ମଧ୍ୟ ସହଜ ହେବ । ଉଦଘାଟନ କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନି ମଧ୍ୟ ଉପସ୍ଥିତ ଥିଲେ ।
Views: 43