The Ultimate Managed Hosting Platform
ADVERTISEMENT

ଦିଲ୍ଲୀ ଯିବେ ଅଭିନେତା ପିଣ୍ଟୁ ନନ୍ଦ । ସେଠାରେ ହେବ ଅଧିକ ଚିକିତ୍ସା ମାତ୍ର ଅର୍ଥ ସାଜିଛି ବାଧକ ।

Facebook
Twitter
LinkedIn

ଭୁୁବନେଶ୍ୱର, ୭ା୨: ଅଧିକ ଚିକିତ୍ସାର ରହିଛି ଆବଶ୍ୟକ । ଯାହାପାଇଁ ଆଜି ଦିଲ୍ଲୀ ଯିବେ ଓଡିଆ ସିନେ ଅଭିନେତା ପିଣ୍ଟୁ ନନ୍ଦ । ସେଠାରେ ତାଙ୍କର ହେବ ଅସ୍ତ୍ରୋପଚାର । ଦିଲ୍‌ୀରେ ଏକ ହସ୍‌ପିଟାଲରେ ହେବ ଅସ୍ତ୍ରୋପଚାର । ବର୍ତ୍ତମାନ ସୁଦ୍ଧା ପିଣ୍ଟୁଙ୍କ ପାଇଁ ୨ ଦୁଇ ଜଣ କିଡନୀ ଡୋନର ସ୍ଥିର ହୋଇଥିବା ଶୁଣିବାକୁ ମିଳୁଛି । ପିଣ୍ଟୁ ଦିଲ୍ଲୀରେ ପହଞ୍ôଚବା ପରେ ଆରମ୍ଭ ହେବ ଚିକିତ୍ସା ।

ବ୍ୟୟ ବହୁଳ ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଥିବାରୁ ସମସ୍ତଙ୍କ ସାହାଯ୍ୟ ଓ ସହଯୋଗ ଲୋଡା ଯାଇଛି । ଅନ୍ୟପକ୍ଷେ ପିଣ୍ଟୁଙ୍କର ବହୁ ଶୁଭେଚ୍ଛୁ ମଧ୍ୟ ହାତ ବଢାଇବାରେ ଲାଗିଛନ୍ତି । ପିଣ୍ଟୁଙ୍କ ସହ ତାଙ୍କ ଭିଣୋଇ ଯିବାକୁ ଥିବା ବେଳେ ପରଦିନ ତାଙ୍କର ଭାଇ ଓ ୨ ଜଣ କିଡନୀ ଡୋନର ଯିବେ ବୋଲି ଜଣାପଡିଛି ।

ଲିଭର ସିରୋସିସ୍ ରୋଗରେ ପୀଡତ ହୋଇ ବହୁ କଷ୍ଟ ଭୋଗୁଛନ୍ତି ଓଲିଉଡର ଏହି ବରିଷ୍ଠ ଅଭିନେତା ଜଣକ । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲୁଥିବା ବେଳେ ତାଙ୍କୁ ଦିଲ୍ଲୀ ନେବା ପାଇଁ ପରାମର୍ଶ ଦେଇଥିଲେ ଡାକ୍ତର । ପିଣ୍ଟୁଙ୍କ ଚିକିତ୍ସା ପାଇଁ ୫୦ ଲକ୍ଷ ଟଙ୍କାର ଆବଶ୍ୟକତା ରହିଥିବା ବେଳେ ସାହାଯ୍ୟ ସହାୟତା ସହ ଆଶୁଆରୋଗ୍ୟ କାମନା କରିବାକୁ ସିସିଆଲ ମିଡିଆରେ ନିବେଦନ କରିଛନ୍ତି ପିଣ୍ଟୁଙ୍କ ପରିବାର ଲୋକେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login