ନୂଆଦିଲ୍ଲୀ : ଦିଲ୍ଲୀ ବିମାନ ବନ୍ଦରରେ ପହଁଚିଲେ ଏନଆଇଏ ଅଧିକାରୀ । କିଛି ସମୟରେ ପହଁଚିବ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଭାଇ ଅନମୋଲ । ଆମେରିକାରୁ ଭାରତ ଅଣାଯାଉଛି , କିଛି ସମୟରେ ପହଁଚିବ । ଏନସିପି ନେତା ବାବା ସିଦ୍ଦିକ ହତ୍ୟାକାଣ୍ଡର ୱାଣ୍ଟେଡ ଅନମୋଲ ବିଷ୍ଣୋଇ । ପଞ୍ଜାବୀ ସିଙ୍ଗର ସିନ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମଧ୍ୟ ଅଭିଯୁକ୍ତ । ସଲମାନ ଖାନଙ୍କ ମୁମ୍ବାଇ ଘର ଉପରକୁ ଗୁଳିମାଡରେ ମଧ୍ୟ ସମ୍ପୃକ୍ତ । ବିଷ୍ଣୋଇ ଗ୍ୟାଙ୍ଗର ଆନ୍ତର୍ଜାତିକ ଅପରାଧ ଗତିବିଧି ରୋକିବା ପାଇଁ ଭାରତ ଦୀର୍ଘଦିନ ଧରି ପ୍ରୟାସ କରି ଆସୁଛି । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍କ ଉତ୍ତର ଆମେରିକାରେ ଅପରାଧିକ ଗତିବିଧିରେ ସଂପୃକ୍ତ ଥିବା ଅଭିଯୋଗ ରହିଛି । ଅକ୍ଟୋବର ୧୨ ତାରିଖରେ ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟା ଘଟଣାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ୨୬ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଥିଲା । ଏହି ହତ୍ୟାକାଣ୍ଡରେ ଅନମୋଲ ବିଷ୍ଣୋଇର ସଂପୃକ୍ତି ନେଇ ମୁମ୍ବାଇ ପୋଲିସକୁ ତଥ୍ୟପ୍ରମାଣ ମିଳିବା ପରେ ତାଙ୍କ ପ୍ରତ୍ୟର୍ପଣ ପାଇଁ ଅନୁରୋଧ କରାଯାଇଥିଲା । ଭାରତର ଅନୁରୋଧକୁ ଭିତ୍ତି କରି ଗତବର୍ଷ ନଭେମ୍ବର ମାସରେ ଆମେରିକା ଅନମୋଲଙ୍କୁ ଅଟକ ରଖିଥିଲା ।
ଦିଲ୍ଲୀ ବିମାନ ବନ୍ଦରରେ NIA ଟିମ,ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଭାଇ ଅନମୋଲଙ୍କୁ ଭାରତ ଅଣାଯାଉଛି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











