The Ultimate Managed Hosting Platform
ADVERTISEMENT

ଦିଲ୍ଲୀ ପ୍ରଦୂଷଣ ଅପରିବର୍ତ୍ତିତ, ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୦ ଉପରେ

Facebook
Twitter
LinkedIn

ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରଦୂଷଣ ଅପରିବର୍ତ୍ତିତ । ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୦ ଉପରେ । ସ୍ଥିତିରେ କୌଣସି ସୁଧାର ଆସୁନଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ବି ବିଷାକ୍ତ ବାୟୁର ଆସ୍ତରଣ ଦିଲ୍ଲୀ ଆକାଶରେ ଛାଇ ରହିଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ଦିଲ୍ଲୀ ବାୟୁମଣ୍ଡର ମାନ ଅତ୍ୟନ୍ତ ଖରାପ ସ୍ତରରେ ରହିଥିବା ରେକର୍ଡ ହୋଇଛି । ଏକ୍ୟୁଆଇ ମିଟରରେ ଦିଲ୍ଲୀର ଅଧିକାଂଶ ସ୍ଥାନର ବାୟୁର ମାନ ୪ଶହ ଉପରେ ରହିଥିବା ଦେଖିବାକୁ ମିଳିଛି । ଦିଲ୍ଲୀ ପଞ୍ଜାବୀ ବାଗରେ ଏକ୍ୟୁଆଇ ୪୬୦ ରେକର୍ଡ ହୋଇଛି । ସେହିପରି ଆନନ୍ଦ ବିହାରରେ ୪୫୨, ବୱାନାରେ ୪୬୨, ରୋହିଣୀରେ ୪୫୧, ନଏଡାରେ ୪୦୯, ଗୁରୁଗ୍ରାମ୍ରେ ୩୭୦, ଫରିଦାୱାଦରେ ୩୯୬ ଓ ଗାଜିଆବାଦରେ ୩୮୨ ରେକର୍ଡ ହୋଇଛି । ତେବେ ଗତକାଲି ରାତିରେ ପ୍ରଦୂଷଣ ମାତ୍ରା ୯ଶହ ଟପିଥିବା ଏକ୍ୟୁଆଇ ମିଟରରେ ରେକର୍ଡ ହୋଇଥିଲା । ଯାହା ସାଧାରଣ ଲୋକଙ୍କ ପାଇଁ ଗ୍ୟାସ୍ ଚାମ୍ବରରେ ରହିବା ସଦୃଶ୍ୟ । ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦିଲ୍ଲୀ ସରକାର ନେଇଥିବା ପଦକ୍ଷେପ ଯଥେଷ୍ଟ ନୁହେଁ ବୋଲି ଗତକାଲି କହିଥିଲେ ସର୍ବୋଚ୍ଚ ନାୟାଳୟ । ମିଳିମିଶି ପ୍ରଦୂଷଣ ନିରାକରଣ ଦିଗରେ କାମ କରିବାକୁ ୫ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login