ଭୁବନେଶ୍ୱର : ଦିଲ୍ଲୀ ଏମ୍ସରେ ହେଲା ବଳଙ୍ଗା ପୀଡ଼ିତାଙ୍କ ଅସ୍ତ୍ରୋପଚାର । ପୋଡ଼ିହୋଇ ଗଭୀର କ୍ଷତରେ ଅପରେସନ କରାଯାଇଛି । ଏବେ ମଧ୍ୟ ଅକ୍ସିଜେନ ସପୋର୍ଟରେ ଅଛନ୍ତି ପୀଡ଼ିତା । ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଏମସ ପକ୍ଷରୁ ସୂଚନା ଦିଆଯାଇଛି । ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ସ୍ବାସ୍ଥ୍ୟାବାସ୍ଥାର ଅନୁଧ୍ୟାନ କରୁଛନ୍ତି । ସୂଚନାଥାଉକି, ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଏମ୍ସ ଡାକ୍ତରୀ ଟିମ୍ ଓ ପରିବାର ଲୋକଙ୍କ ସହିତ କଥାବାର୍ତ୍ତା ହୋଇଥିଲେ । ଏପଟେ ବଳଙ୍ଗା ନାବାଳିକାଙ୍କୁ ଜାଳିଦେବା ଘଟଣାରେ ଗତ ୫ ଦିନ ଧରି ବଳଙ୍ଗାରେ ତନାଘନା ଚଳାଇଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ । ତେବେ କାଲି ୩ ଜଣଙ୍କୁ ଉଠାଇ ନେଲା ପୋଲିସ ।
Views: 53











