ଭୁବନେଶ୍ୱର : ନୟାପଲ୍ଲୀ ପୋଲିସ ହାତରେ ୫ ଜଣିଆ ଲୁଟେରା ଗ୍ୟାଙ୍ଗ । ଲୁଟେରାଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ । ଏମାନେ ଦିନରେ ଲୁହାଟିଣ ବିକୁଥିଲେ , ରାତିରେ ଚୋରି କରୁଥିଲେ । ଗ୍ୟାଙ୍ଗର ମୁଖ୍ୟ ପଶ୍ଚିମବଙ୍ଗର , ଅନ୍ୟମାନେ ଜଗତସିଂହପୁର ଓ କେନ୍ଦ୍ରାପଡାର । ବାହାରୁ ଆସି ଭୁବନେଶ୍ୱରରେ ଚଳାଇଛନ୍ତି ଲୁଟ୍ । ନୟାପଲ୍ଲୀ ପୁଲିସ ଓ ସ୍ପେଶାଲ ସ୍କ୍ୱାଡ ହାତରେ ଧରାପଡ଼ିଛନ୍ତି ୫ଜଣିଆ ବଂଜାରା ଲୁଟେରା ଗ୍ୟାଙ୍ଗ । ଦିନରେ ଅଭିଯୁକ୍ତମାନେ ଫେରି କରନ୍ତି ଏବଂ ରାତିରେ ଲୁଟ୍ କରନ୍ତି । ଅଭିଯୁକ୍ତଙ୍କ ଠାରୁ ୨୩୪ ଗ୍ରାମ ସୁନା, ୪୪୦ ଗ୍ରାମ ରୁପା, ୫ଟି ପାଣି ପମ୍ପ, ପିତଳ ବାସନ ଓ ଆକ୍ଟିଭା ଗାଡ଼ି ଆଦି ଜବତ କରାଯାଇଛି । ଭୁବନେଶ୍ୱରରେ ନୟାପଲ୍ଲୀ, ଖଣ୍ଡଗିରି ଓ ବଡ଼ଗଡ଼ ଥାନାରେ ଅଭିଯୁକ୍ତଙ୍କ ନାଁରେ ଡକାୟତି ମାମଲା ରହିଛି । ଅଭିଯୁକ୍ତଙ୍କ ଅନ୍ୟ ସହଯୋଗୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିବା କହିଛନ୍ତି ଡିସିପି । ଗିିରଫ ଅଭିଯୁକ୍ତମାନେ ହେଲେ ମୋମିମ ମଲ୍ଲିକ, କିଶୋର ମହାନ୍ତି, ଔରଙ୍ଗଜେବ, ପ୍ରଭାତ ସାହୁ ଓ ଇକଲାକୁଲ ରେହମନ । ମାଷ୍ଟରମାଇଣ୍ଡ ମୋମିମ ମଲ୍ଲିକଙ୍କ ଘର ପଶ୍ଚିମବଙ୍ଗ ମେଦିନାପୁରରେ । ଅନ୍ୟ ଅଭିଯୁକ୍ତଙ୍କ ଘର ଜଗତସିଂହପୁର, ଡୁମଡୁମା, କେନ୍ଦ୍ରାପଡ଼ା ଓ ବାଲିଅନ୍ତା ।
ଦିନରେ କବାଡିଆ , ରାତିରେ ଲୁଟେରା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











