The Ultimate Managed Hosting Platform
ADVERTISEMENT

ଦିନକ ପରେ ପ୍ରବାସୀ ଭାରତୀୟ ଦିବସ :ସୁରକ୍ଷାରେ ୮୦ ପ୍ଲାଟୁନ ଫୋର୍ସ

Facebook
Twitter
LinkedIn

ଭୁବନେଶ୍ୱର : ଆସନ୍ତାକାଲି ପ୍ରବାସୀ ଭାରତୀୟ ମହାକୁମ୍ଭ । ୩ ମେଗା ଇଭେଣ୍ଟ ସଜେଇ ହୋଇଛି ଭୁବନେଶ୍ୱର । ଓଡିଆ ସଂସ୍କୃତି ଅନୁଯାୟୀ ପ୍ରବାସୀଙ୍କୁ ସ୍ୱାଗତ କରାଯିବ । ପର୍ୟ୍ୟଟନ, ବାଣିଜ୍ୟ, ଶିଳ୍ପ ପାଇଁ ବିଭିନ୍ନ ସେସନ୍ ରହିବ । ମେଗା ଇଭେଣ୍ଟକୁ ସଫଳ କରିବାକୁ ରାଜ୍ୟ ସରକାରଙ୍କ କସରତ ଜାରି ରହିଛି । ଏପର୍ୟ୍ୟନ୍ତ ସାଢ଼େ ୩ ହଜାର ପ୍ରବାସୀ ପଞ୍ଜିକରଣ କରି ସାରିଲେଣି । ପ୍ରସ୍ତୁତି ଚୂଡ଼ାନ୍ତ ପର୍ୟ୍ୟାୟରେ। ଭୁବନେଶ୍ୱର ବିମାନବନ୍ଦରରେ ବିଜେପି ପକ୍ଷରୁ ପ୍ରବାସୀ ଭାରତୀୟଙ୍କୁ ଦିଆଯିବ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା । ପ୍ରବାସୀ ଭାରତୀୟ ଦିବସ ବେଳେ ସୁରକ୍ଷାର ଅଭେଦ୍ୟ ଦୁର୍ଗ ପାଲଟିଛି ଜନତା ମୈଦାନ । ଧମକପୂର୍ଣ୍ଣ ମେଲ୍ ପରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢ଼ାଇ ଦିଆଯାଇଛି ।ସେହିପରି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଆସୁଥିବାରୁ ସିସିଟିଭି ସର୍ଭେଲାନସରେ ରହିବ ନଜର। ସମ୍ମିଳନୀ ବେଳେ ରାଜଧାନୀରେ ମୁତୟନ ହେବେ ୮୦ପ୍ଲାଟୁନ ପୋଲିସ ଓ ୧୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବାହିନୀ । ୬୫୦ ଜଣ ବରିଷ୍ଠ ଅଫିସର ସୁରକ୍ଷା ଉପରେ ନଜର ରଖିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login