The Ultimate Managed Hosting Platform
ADVERTISEMENT

ଦିନ ୨ଟା ୩୦ରେ ସମ୍ବଲପୁର ଉତ୍ତପ୍ତ ସହର

Facebook
Twitter
LinkedIn

ଭୁବନେଶ୍ବର: ଆଜି ପ୍ରବଳ ଖରା ଓ ଗରମ । ଭୀଷଣ ଖରାରେ ଲୋକେ ଛଟପଟ ହୋଇଛନ୍ତି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳ ୫ଟା ବେଳକୁ ଭୁବନେଶ୍ବରର ତାପମାତ୍ରା ୨୯.୮ ଡିଗ୍ରି ରେକର୍ଡ ହୋଇଥିବା ବେଳେ ପୂର୍ବାହ୍ଣ ସାଢ଼େ ୮ଟା ବେଳକୁ ଝାରସୁଗୁଡ଼ାରେ ପାରା ୩୬.୬ଡିଗ୍ରି ଅନୁଭୂତ ହୋଇସାରିଥିଲା। ସେହିପରି ଦିନ ୧୧ଟା ୩୦ ବେଳକୁ ସମ୍ବଲପୁରରେ ତାପମାତ୍ରା ୪୨.୬ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଦିନ ୨ଟା ୩୦ ବେଳକୁ ଏହା ୪୫ ଡିଗ୍ରିରେ ପହଞ୍ଚି ସାରିଥିଲା ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଜି ଦିନ ୨ଟା ୩୦ ବେଳକୁ ଝାରସୁଗୁଡାରେ ତାପମାତ୍ରା ୪୪.୪ ଡ଼ିଗ୍ରି, ଭୁବନେଶ୍ୱରରେ ୪୪ ଡ଼ିଗ୍ରି, ହୀରାକୁଦରେ୪୪ ଡ଼ିଗ୍ରି, ଚାନ୍ଦବାଲିରେ ୩୬.୨ ଡ଼ିଗ୍ରି, ଗୋପାଳପୁରରେ ୩୫ ଡ଼ିଗ୍ରି, ପାରାଦୀପରେ ୩୪.୨ ଡ଼ିଗ୍ରି, ପୁରୀରେ ୩୪ ଡ଼ିଗ୍ରି, ବାଲେଶ୍ୱରରେ ୩୩.୪ ଡ଼ିଗ୍ରି ଓ କେନ୍ଦୁଝରରେ ୩୦.୪ ଡ଼ିଗ୍ରି ରେକର୍ଡ କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login