The Ultimate Managed Hosting Platform
ADVERTISEMENT

ଦିନ ଦ୍ୱିପ୍ରହରେ ୧୫ ଲକ୍ଷ ଲୁଟ୍, ୩ ବ୍ୟବସାୟୀଙ୍କୁ ଆକ୍ରମଣ

Facebook
Twitter
LinkedIn

ନବରଙ୍ଗପୁର : ସଂଘବଦ୍ଧ ଭାବେ ବ୍ୟବସାୟୀଙ୍କୁ ଆକ୍ରମଣ । ୩ ବ୍ୟବସାୟୀଙ୍କୁ ଆକ୍ରମଣ କରି ଦ୍ୱିପ୍ରହରେଲୁଟି ନେଲେ ୧୫ ଲକ୍ଷ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଦିନ ଦ୍ବିପହରରେ ୬ ଜଣ ଦୁର୍ବୃତ୍ତ ମୁଖାପିନ୍ଧି ୧୫ ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଦୁଇ ଦିନ ତଳେ ନବରଙ୍ଗପୁର ସହରରୁ ଘରେ ପଶି ୨୦ ଲକ୍ଷ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାଶ ହୋଇନଥିବା ବେଳେ ଏବେ ଆଉ ଏକ ଲୁଟ୍ ଘଟଣା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ସୂଚନା ଅନୁସାରେ ରାଇଘର ବ୍ଲକର ପଠାଣ ସାହିରେ ରହୁଥିବା ବ୍ୟବସାୟୀ ଅବଦୁଲ ଆନସାରୀ ନିଜ ଦୁଇ ଜଣ କର୍ମଚାରୀଙ୍କ ସହ ପାରୁଆ ପଞ୍ଚାୟତର ଛତାବେଡାରେ ସାପ୍ତାହିକ ହାଟକୁ ଯିବା ସମୟରେ ଗାଁ ନିକଟରେ ମୁଖାପିନ୍ଧା ୬ ଜଣ ବ୍ୟକ୍ତି ଏମାନଙ୍କୁ ଅଟକାଇ ଠେଙ୍ଗାରେ ଆକ୍ରମଣ କରିଥିଲେ । ଆଉ ବ୍ୟାଗକୁ ଛଡାଇ ନେଇଥିଲେ । ଗୁରୁତର ଅବଦୁଲ ଅନସାରୀ ରାଇଘର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଘଟଣାସ୍ଥଳକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login