ପଞ୍ଜାବ : ମିଳିତ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟକୁ ଡବଲ ଝଟକା। ଟିଏମସି ପରେ ପରେ ଝଟକା ଦେଲା ଆମ ଆଦମୀ ପାର୍ଟି। ପଞ୍ଜାବରେ ଆପ ଏକା ଲଢିବା ନେଇ ଭଗୱନ୍ତ ମାନଙ୍କ ସୂଚନା। ପଞ୍ଜାବରେ ଆପ୍ ଏକାକୀ ଲଢିବା ନେଇ ସଂକେତ ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ । ଭଗୱନ୍ତ କହିଛନ୍ତି, ପଞ୍ଜାବରେ ଆପ୍ ଦଳ ୧୩ଟି ଆସନରେ ନିର୍ବାଚନ ଜିତିବ । ମିଳିଥିବା ସୂଚନା ମୁତାବକ, ପଞ୍ଜାବରେ ଆପ୍ ଏକାକୀ ନିର୍ବାଚନ ଲଢିବା ପ୍ରସ୍ତାବକୁ ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସବୁଜ ସଂକେତ ଦେଇଛନ୍ତି । ସିଟ୍ ଭାଗବଣ୍ଟାକୁ ନେଇ କଂଗ୍ରେସର ଯେଉଁ ଆଭିମୁଖ୍ୟ ରହିଛି ତାହାକୁ ଦାୟୀ କରିପାରେ ଆପ୍ । ଖୁବଶୀଘ୍ର ପଞ୍ଜାବରେ ଏକାକୀ ଲଢିବା ନେଇ ଘୋଷଣା କରିପାରେ ଆପ୍ ।
Views: 96











