ଭୁବନେଶ୍ୱର : ଦିଗପହଣ୍ଡି ବସ ଦୁର୍ଘଟଣାକୁ ନେଇ ପୋଲିସର କାର୍ଯ୍ୟାନୁଷ୍ଠାନ । ଦୁର୍ଘଟଣାଗ୍ରସ୍ତ ଓଏସଆରଟିସି ବସର ଡ୍ରାଇଭରଙ୍କୁ ଗିରଫ କଲା ପୋଲିସ । କାଲି ଡ୍ରାଇଭର ମାନସ ପ୍ରଧାନଙ୍କୁ ଧରି ନେଇଥିଲା ପୋଲିସ । ଭୁବନେଶ୍ୱରରୁ ଧରି ନେଇଥିଲା ଦିଗପହଣ୍ଡି ପୋଲିସ । ଦୁର୍ଘଟଣା ପରେ ଓଏସଆରଟିସି ଡ୍ରାଇଭର ଭୁବନେଶ୍ୱର ଖସି ଆସିଥିଲେ । ଗତକାଲି ରାତିରେ ତାଙ୍କୁ ପଚରାଉଚରା କରାଯାଇଥିଲା । ମିନି ବସ୍ ଡ୍ରାଇଭର ଅଭିଯୋଗ କରିଥିଲା, ଓଏସଆରଟିସି ବସ୍ ତାଙ୍କ ବସକୁ ଧକ୍କା ଦେଇଥିଲା । ଅନ୍ୟପଟେ ଦୁର୍ଘଟଣା ନେଇ ଆଜି ସରକାରଙ୍କୁ ରିପୋର୍ଟ ଦେବ ଯୁଗ୍ମ ତଦନ୍ତକାରୀ ଟିମ୍ । ଗତକାଲି ତଦନ୍ତକାରୀ ଟିମ୍ ଦୁର୍ଘଟଣାସ୍ଥଳକୁ ଯାଇ ଖୋଳତାଡ କରିଥିଲା । ମାମଲା ରୁଜୁ କରି ତନାଘନା ତଦନ୍ତ ଚଳାଇଛି ଦିଗପହଣ୍ଡି ଥାନା ପୋଲିସ ।
Views: 75