ଭୁବନେଶ୍ୱର : ଶୀତରେ ଥରୁଛି ସାରା ରାଜ୍ୟ । ୧୦ ଡିଗ୍ରୀ ତଳେ ୨ ସହର । ୮.୫ ଡିଗ୍ରୀ ସହ ଦାରିଙ୍ଗବାଡି ସବୁଠୁ ଥଣ୍ଡା , ଫୁଲବାଣୀ ତାପମାତ୍ରା ୯ ଡିଗ୍ରୀ । କଟକ ତାପମାତ୍ରା ୧୪.୪ ଡିଗ୍ରୀ ଓ ଭୁବନେଶ୍ୱର ୧୫.୨ ଡିଗ୍ରୀ ରେକର୍ଡ । ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବ। ସାମାନ୍ୟ ତାପମାତ୍ରା ବଢିଲେ ମଧ୍ୟ ଶୀତର ପ୍ରକୋପ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗତ ୨୪ ଘଣ୍ଟାରେ ଘୁ. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି।
Views: 52











