ଭୁବନେଶ୍ୱର : ଦାମଙ୍କ ଅବସ୍ଥା ସଂକଟାପନ୍ନ ନେଇ ପୁଅ ସମ୍ବିତଙ୍କ ଗୁରୁତର ଅଭିଯୋଗ । କ୍ୟାପିଟାଲ ହସ୍ପିଟାଲ ପାଇଁ ଏଭଳି ଅବସ୍ଥା ହେଲା କହିଲେ ସମ୍ବିତ । ଏ ନେଇ ଗୁରୁତ୍ୱପୁର୍ଣ୍ଣ ସୂଚନା ଦେଇଛନ୍ତି ଦାମଙ୍କ ପୁଅ ସମ୍ବିତ ରାଉତରାୟ । ୧୮ ତାରିଖ ରାତିରେ ହାର୍ଟଆଟକ ହୋଇଥିଲା , କ୍ୟାପିଟାଲ ହସ୍ପିଟାଲ ନେଲୁ । ରାତି ୩ଟାରେ ବାପାଙ୍କୁ ନେଇ କ୍ୟାପିଟାଲ ହସ୍ପିଟାଲରେ ପହଁଚିଲୁ । ବାରମ୍ବାର କହିବା ସତ୍ତ୍ୱେ କ୍ୟାପିଟାଲ ହସ୍ପିଟାଲରେ ସିପିଆର୍ ଦେଲେନି । ବାଧ୍ୟ ହୋଇ ସେଠାରୁ ଆମେ ବାପାଙ୍କୁ ଘରୋଇ ହସ୍ପିଟାଲ ନେଲୁ । ସେହି ଯିବା ଆସିବା ଭିତରେ କିଛି ସମୟ ଡେରି ହୋଇଗଲା । ଡେରି ହେବାରୁ ବ୍ରେନକୁ ଅକ୍ସିଜେନ ଓ ବ୍ଲଡ ଠିକ ଭାବେ ଗଲାନି । ଘରୋଇ ହସ୍ପିଟାଲରେ ସିପିଆର ଦେଲା ପରେ ହାର୍ଟ କାମ କରୁଛି । ଏବେ ହାର୍ଟ କାମ କରୁଛି , କିନ୍ତୁ ବ୍ରେନ ବହୁତ ଖରାପ ହୋଇଯାଇଛି । ସମ୍ବିତଙ୍କ ଅଭିଯୋଗ ନେଇ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ପ୍ରତିକ୍ରିୟା ମିଳିନି ।
Views: 103











