କଣ୍ଟାମାଳ : ଦହିବରା ଖାଇ ୭୦ ଅସୁସ୍ଥ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଗବଯୋରର ଏ ଘଟଣା । ସାପ୍ତାହିକ ହାଟରେ ଖୋଲିଥିବା ଏକ ଜଳଖିଆ ଦୋକାନୀଙ୍କ ଠାରୁ ଦହିବରା ଖାଇ ୭୦ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଦହିବରା ଖାଇ ସନ୍ଧ୍ୟାରେ ଗ୍ରାମବସୀଙ୍କ ମୁଣ୍ଡ ବୁଲାଇବା ସହ ଝାଡା ଓ ବାନ୍ତି ଆରମ୍ଭ ହୋଇଥିଲା । ଖବର ପାଇ ପଳସାଗୋରା ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏକ ଟିମ ଗ୍ରାମରେ ପହଁଚି ଚିକିତ୍ସା ଆରମ୍ଭ କରିଥିଲେ । ଅସୁସ୍ଥଙ୍କ ସଂଖ୍ୟା ବଢୁ ଥିବାରୁ ମନମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆଉ ଏକ ଟିମ ଆସି ଗାଁ ରେ ପହଁଚିଛି । ଗୁରୁତର ମାନଙ୍କୁ ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି ।
Views: 73











