ଜଗତସିଂହପୁର : ଦଶାହ କାର୍ଯ୍ୟ କରିବାକୁ ଯାଇ ଦୁଇ ମୃତ । ଏପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଅଧିନସ୍ତ ବିରିଡି ଥାନା ଅଞ୍ଚଳର ବାରେଡ଼ିଆ ଗ୍ରାମରେ । ସୂଚନା ଅନୁଯାଇ ସେହି ବାରେଡ଼ିଆ ଗ୍ରାମର ସତ୍ୟନାରାୟଣ ପାଲଙ୍କ ଦଶାହ କର୍ମରେ ବାରେଡ଼ିଆ ନଦୀ ପୋଲ ନିକଟକୁ ଗାଧେଇବାକୁ ଯାଇଥିବା ସମୟରେ ତିନି ଯୁବକଙ୍କ ପାଦ ଖସି ଯାଇ ଭାସି ଯାଇଥିଲେ । ଏହାର ସୂଚନା ପାଇଁ ଘଟଣା ସ୍ଥଳରେ ବିରିଡି ଅଗ୍ନିଶମ ବାହିନୀ ପହଂଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ତିନି ଜଣକୁ ଉଦ୍ଧାର କରାଯାଇ ଥିଲେ ମଧ୍ୟ ଟିକିନା ପାଲଙ୍କ ପୁଅ ଜଗନ ପାଲଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ଥିବା ବେଳେ ଅନ୍ୟ ଦୁଇ ଜଣ ପ୍ରସନ ପାଲଙ୍କ ପୁଅ ସୋଦେଶ ପାଲ ଓ ଗୌରାଙ୍ଗ ପାଲଙ୍କ ପୁଅ ରିଙ୍କୁ ପାଲଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ଅଡ଼ସପୁରର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା କିନ୍ତୁ ଡାକ୍ତର ସେଠାରେ ଦୁଇ ଜଣକୁ ମୃତ୍ୟୁ ଘୋଷଣା କରିଥିଵା ନେଇ ସୂଚନା ମିଳିଛି । ଅନ୍ୟପଟେ ଏହି ଖବର ପାଇବା ପରେ ଅଞ୍ଚଳରେ ଗୋଟେ ଶୋକାକୁଳ ପରିବେଶ ଖେଳି ଯାଇଛି ।
ଦଶାହ କର୍ମ ବେଳେ ଚାଲିଗଲା ୨ ଜୀବନ

Facebook
Twitter
LinkedIn
Facebook
Twitter
LinkedIn
Recent News
ଛାତ୍ରୀ ଆତ୍ମାହୁତି ଉଦ୍ୟମ : ଅଧ୍ୟାପକ ଅଟକ
ବାଲେଶ୍ୱର : ବାଲେଶ୍ୱର ଏଫଏମ ଘଟଣାରେ ଅଭିଯୁକ୍ତ ଅଧ୍ୟାପକ ଥାନାରେ ଅଟକ । ଏଜୁକେସନ ବିଭାଗର ମୁଖ୍ୟ ସମୀର ସାହୁ ଥାନାରେ ଅଟକ । ସହଦେବଖୁଣ୍ଟା ଥାନାରେ...
ଡ୍ରାଇଭର ଆନେ୍ଦାଳନ ନାଁରେ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ
ଭୁବନେଶ୍ୱର : ଡ୍ରାଇଭର ଭାଇମାନଙ୍କୁ ଆନେ୍ଦାଳନରୁ ଓହରିବାକୁ ପରିବହନ ମନ୍ତ୍ରୀଙ୍କ ଅନୁରୋଧ । ସରକାର ଆପଣଙ୍କ ସମସ୍ତ ଦାବିକୁ ଶୁଣିଛନ୍ତି । ସବୁ ଦାବିର ସମାଧାନ ହେବ...
ବଜ୍ରାଘାତ ନେଲା ୩ ଜୀବନ
ନୀଳଗିରି : ପୁଣି ଆକାଶରୁ ଖସିଲା ମୃତ୍ୟୁ । ବଜ୍ରାଘାତରେ ୨ ମହିଳାଙ୍କ ସମେତ ୩ ଶ୍ରମିକଙ୍କ ଜୀବନ ଯାଇଛି । ବରହମପୁର ଥାନା ଛତ୍ରପୁରରେ କେନାଲ...
ଅର୍ଚ୍ଚନା ନାଗଙ୍କୁ ମୁଁ ଜାଣିନି : ମାନସ
ଭୁବନେଶ୍ୱର : ବିଜେଡି ନେତା ତଥା ସାଂସଦ ମାନସ ମଙ୍ଗରାଜଙ୍କ ପ୍ରତିକ୍ରିୟା । କହିଲେ ଅର୍ଚ୍ଚନା ନାଗଙ୍କୁ ମୁଁ ଜାଣି ନାହିଁ । ଚକ୍ରାନ୍ତ କରି ତାଙ୍କ...