The Ultimate Managed Hosting Platform
ADVERTISEMENT

ଦରମା ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଲେ ଯୋଗାଣ ନିରୀକ୍ଷକ

Facebook
Twitter
LinkedIn

କୋରାପୁଟ : ଭିଜିଲାନ୍ସ ଜାଲରେ ଧରାପଡିଲେ ଯୋଗାଣ ନିରୀକ୍ଷକ । ଦରମା ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଦଶମନ୍ତପୁର ବ୍ଲକ୍ ଯୋଗାଣ ନିରୀକ୍ଷକ ମମତା ବେହେରା। କୋରାପୁଟ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ୟ୍ୟାଳୟ ସମ୍ମୁଖରୁ ତାଙ୍କୁ ଗିରଫ କରାଯାଇଛି ବୋଲି ଭିଜିଲାନ୍ସ ଏସ୍ପି ପ୍ରଦ୍ୟୁମ୍ନ କୁମାର ଦ୍ବିବେଦୀ ସୂଚନା ଦେଇଛନ୍ତି। ଏହାପରେ କୋରାପୁଟ ପୂଜାରୀପୁଟସ୍ଥିତ ଭଡ଼ାଘର, ବ୍ରହ୍ମପୁର ଶ୍ରୀହରି ନଗରସ୍ଥିତ ଘର ଏବଂ ଦଶମନ୍ତପୁରସ୍ଥିତ କାର୍ୟ୍ୟାଳୟରେ ଭିଜିଲାନ୍ସ ଟିମ୍ ଏକକାଳୀନ ଯାଞ୍ଚ ଆରମ୍ଭ କରିଛି।ଦଶମନ୍ତପୁର ବ୍ଲକ ପରଜାବେଡ଼ା ପଦର ପଞ୍ଚାୟତ ଯୋଗାଣ ସହାୟକ ପାତ୍ର ଟାକ୍ରି ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଛନ୍ତି। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବିନିଯୋଗ ପ୍ରମାଣପତ୍ର ସେ ଯୋଗାଣ ନିରୀକ୍ଷକଙ୍କ ଠାରୁ ସଂଗ୍ରହ କରିଥାନ୍ତି। ଏହି ପ୍ରମାଣପତ୍ର ଦାଖଲ କଲେ ହିଁ ଯୋଗାଣ ସହାୟକଙ୍କୁ ଦରମା ମିଳିଥାଏ। ତେବେ ପ୍ରମାଣପତ୍ର ଦେବାକୁ ଯୋଗାଣ ନିରୀକ୍ଷକ ୭ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଯୋଗାଣ ସହାୟକ ଭିଜିଲାନ୍ସ ଏସ୍ପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଆଜି ପୂର୍ବ ପ୍ରସ୍ତୁତି ଅନୁସାରେ ଟଙ୍କା ଯୋଗାଣ ନିରୀକ୍ଷକଙ୍କୁ ଦେବା ପରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ଚଢ଼ଉ କରିଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login