The Ultimate Managed Hosting Platform
ADVERTISEMENT

‘ଦ କେରଳ ଷ୍ଟୋରୀ’ ଅଭିନେତ୍ରୀଙ୍କୁ ମିଳୁଛି ହତ୍ୟା ଧମକ

Facebook
Twitter
LinkedIn

ନୂଆଦିଲ୍ଲୀ : ଅନେକ ବିବାଦ ସତ୍ତ୍ୱେ ‘ଦ କେରଳ ଷ୍ଟୋରୀ’ର ଆୟ ଦିନକୁ ଦିନ ବୃଦ୍ଧି ପାଉଛି। ରିପୋର୍ଟ ଦେଖିଲେ, ଏହି ଫିଲ୍ମ ବହୁତ ଜଲ୍ଦି ୨୦୦ କୋଟି କ୍ଲବରେ ପ୍ରବେଶ କରିପାରେ। ଏହାରି ଭିତରେ ଫିଲ୍ମରେ ଜଣେ ମୁସଲମାନ ଝିଅର ଭୂମିକା ନିଭାଇଥିବା ଅଭିନେତ୍ରୀ ସୋନିଆ ବଲାନି ଏକ ବଡ଼ ଖୁଲାସା କରିଛନ୍ତି। ଦ କେରଳ ଷ୍ଟୋରୀରେ ସୋନିଆ ବଲାନି ‘ଆସିଫା’ ଚରିତ୍ରରେ ଅଭିନୟ କରିଛନ୍ତି। ସୋନିଆ ମୂଳତଃ ଉତ୍ତର ପ୍ରଦେଶ ଆଗ୍ରାର ନିବାସୀ। ଏଠାରେ ସେ ନିଜ ବାପା ରମେଶ ବଲାନି ଏବଂ ପରିବାର ସହ ମିଶି ମିଡିଆକୁ ସାକ୍ଷାତକାର ଦେଉଥିବା ବେଳେ ଅନେକ କଥା ଖୁଲାସା କରିଥିଲେ। ଅଭିନେତ୍ରୀଙ୍କ କହିବା ହେଲା, ଫିଲ୍ମରେ ସେ ଖଳନାୟିକା ଭୂମିକାରେ ଅଭିନୟ କରିଛନ୍ତି। ସେ ଏମିତି ଜଣେ ମୁସଲମାନ ଝିଅ ଭୂମିକାରେ ଅଭିନୟ କରିଛନ୍ତି, ଯିଏ କି, ସମସ୍ତ ହିନ୍ଦୁ ଝିଅଙ୍କ ବ୍ରେନ୍ଓ୍ଵାଶ୍ କରି ସେମାନଙ୍କୁ ଇସଲାମ ଧର୍ମ ଗ୍ରହଣ କରିବାକୁ କହୁଛନ୍ତି। ଏବେ ସୋନିଆ ବାଲାନି କହିଛନ୍ତି ଯେ ଏହି କାରଣରୁ ଲୋକମାନେ ତାଙ୍କୁ ବହୁତ ଖରାପ କମେଣ୍ଟ୍ ଦେଉଛନ୍ତି। ସୋନିଆ ବାଲାନି କହିଛନ୍ତି ଯେ ଫିଲ୍ମରେ ଏହି ଚରିତ୍ର ଯୋଗୁ ତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଅଭିନେତ୍ରୀଙ୍କୁ କ୍ରମାଗତ ଭାବରେ ହତ୍ୟା ଧମକ ମିଳୁଛି। ଏପରି କି, ସୋସିଆଲ ମିଡିଆରେ ଅନେକ ଲୋକ ଅଭିନେତ୍ରୀଙ୍କୁ ମେସେଜ କରି ହତ୍ୟା କରିବାକୁ ଧମକ ଦେଉଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login