ଅନୁଗୁଳ : ସାଇବର ଥାନା ଇନ୍ସପେକ୍ଟର ଖଲେଶ୍ୱର ସେଠୀଙ୍କୁ ହତ୍ୟା ଉଦ୍ୟମ । ବୁଢୀ ଠାକୁରାଣୀ ଛକ ନିକଟରେ ରାତି ଅଧରେ ହତ୍ୟା ଉଦ୍ୟମ କଲେ ଦୁର୍ବୁତ୍ତ । ଗତ ୧୮ ତାରିଖରେ ଡ୍ୟୁଟିରୁ ଫେରିବା ବେଳେ ଗାଡି ଚଢାଉ ମାରିବାକୁ ଉଦ୍ୟମ । ବସ ଚଢାଇ ହତ୍ୟା ଉଦ୍ୟମ ସହ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ । ସାଇବର ଥାନା ଅଧିକାରୀ ଯାଉଥିବା ସମୟରେ ବସଟି ଦ୍ରୁତ ଗତିରେ ପଛ ପଟୁ ଆସି ଧକ୍କା ଦେଇଥିଲା । ତେବେ ଅଳ୍ପକେ ସାଇବର ଆଇଆଇସି ରକ୍ଷା ପାଇଯାଇଥିଲେ । ବସ ଡ୍ରାଇଭର, ହେଲପର ଓ କଣ୍ଡକ୍ଟର ତାଙ୍କୁ ଗାଳିଗୁଲଜ କରିବା ସହ ଧମକ ଦେଇଥିବା ଖଲେଶ୍ବର ସେଠି ଅଭିଯୋଗ କରିଛନ୍ତି । ଗତ ୧୮ ତାରିଖରେ ବୁଢୀ ଠାକୁରାଣୀ ମନ୍ଦିର ନିକଟରେ ମାରିଦେବାକୁ ଉଦ୍ୟମ କରାଯାଥିଲା । ଏନେଇ ସାଇବର ଥାନାଧିକାରୀ ଅନୁଗୋଳ ଥାନାରେ ଏତଲା ଦେଉଛନ୍ତି ।
Views: 46











