ଭୁବନେଶ୍ୱର : ୧୫ ଡିଗ୍ରୀ ତଳେ ରାଜଧାନୀ ଭୁବନେଶ୍ୱର ରାତ୍ରି ତାପମାତ୍ରା । ଭୁବନେଶ୍ୱର ରାତ୍ରି ତାପମାତ୍ରା ୧୪.୬ ଡିଗ୍ରୀ ରେକର୍ଡ । ରାଜ୍ୟକୁ ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ରାତିର ତାପମାତ୍ରା କମୁଛି । ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨-୩ ଡିଗ୍ରୀ ଯାଏ ତଳମୁହାଁ ହୋଇଛି ପାରଦ । ଟ୍ୱିନ ସିଟିରେ ପାରଦ ୧୫ ଡିଗ୍ରୀ ତଳେ ରହିଛି । ଆଜି ୨୨ ସହରରେ ରାତିର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀରୁ କମ୍ ରେକର୍ଡ କରିଛି ପାଣିପାଗ ବିଭାଗ । ସବୁଠୁ ଥଣ୍ଡା ସହର ପାଲଟିଛି କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି । ସେଠାରେ ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । କେନ୍ଦୁଝରରେ ୯.୪, କିରେଇରେ ୯.୪ ଓ ଦାରିଙ୍ଗିବାଡ଼ିରେ ରାତିର ତାପମାତ୍ରା ୯.୫ ଡିଗ୍ରୀ ସେଲସିୟସକୁ ଖସିଛି ।
Views: 92











