ବ୍ୟୁରୋ : ଶୀତଦିନେ ସାଧାରଣତଃ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଇଥାଏ । ଯେଉଁଥି ପାଇଁ ସେମାନଙ୍କୁ ଶୀଘ୍ର ରୋଗ ସଂକ୍ରମଣ ହୋଇଥାଏ । ଖାସ୍ କରି ଶୀତଦିନେ ପିଲାମାନଙ୍କୁ ଥଣ୍ଡା ଏବଂ କାଶ ଲାଗି ରହିଥାଏ । ଏଭଳି ସମସ୍ୟା ଥିଲେ ପିଲାକୁ ଗୋଟିଏ ଛୋଟ ଚାମଚରେ ଜାଇଫଳକୁ ଗୁଣ୍ଡ କରି ଖାଇବାକୁ ଦେଇପାରିବେ । ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଏହି ସବୁ ସମସ୍ୟାରୁ ଦୂରେଇ ରଖିବାରେ ସାହାଯ୍ୟ କରେ । ଜାଇଫଳ ଗରମ ହୋଇଥାଏ ଯାହା ପିଲାଙ୍କ ଥଣ୍ଡା ଏବଂ କାଶ ଦୂର କରିଥାଏ । ଏଥି ସହିତ ଜାଇଫଳ ଗୁଣ୍ଡକୁ ଘିଅ ସହିତ ମିଶାଇ ପିଲାଙ୍କ ଛାତିରେ ଲଗାଇଲେ ଅନେକ ରୋଗରୁ ଉପଶମ ମିଳିବ । ପିଲାମାନେ ପ୍ରାୟତଃ ବଦହଜମିର ଶିକାର ହୁଅନ୍ତି । ଏଥିପାଇଁ ଆପଣ ଜାଇଫଳ ବ୍ୟବହାର କରିପାରିବେ । ତେବେ ଜାଇଫଳକୁ ଭାଙ୍ଗନ୍ତୁ ଏବଂ ଏହାକୁ ଘିଅ କିମ୍ବା ମହୁରେ ମିଶାଇ ଶିଶୁର ନାହିରେ ଲଗାନ୍ତୁ । ଯାହା ପେଟ ଯନ୍ତ୍ରଣା ଜନିତ ସମସ୍ୟାରୁ ମୁକ୍ତି ଦେବ । ଏହା କରିବା ଦ୍ୱାରା ପିଲାର ମେଟାବୋଲିଜିମ୍ ମଧ୍ୟ ଭଲ ରହିଥାଏ ।ଅନେକ ଥର ପିଲାମାନଙ୍କ ପାଟିରେ ଘା ’ହୋଇଯାଏ । ଯେଉଁଥିପାଇଁ ସେମାନଙ୍କୁ ଖାଇବା ପିଇବାରେ ଅସୁବିଧା ହୋଇଥାଏ । ପିଲାଙ୍କ ପାଟିରେ ଘା’ ହୋଇଥିଲେ ତାଙ୍କୁ ଜାଇଫଳ ଗୁଣ୍ଡ ଖାଇବା ପାଇଁ ଦିଅନ୍ତୁ । ଜାଇଫଳ ଏବଂ ମିଶିରି ଖଣ୍ଡକୁ ମିଶ୍ରଣ କରି ପିଲାକୁ ଦିଅନ୍ତୁ । ଏହା ପେଟକୁ ଥଣ୍ଡା କରିବ ଏବଂପାଟିରେ ହୋଇଥିବା ଘା’କୁ ଭଲ କରିଦେବ ।
ଥଣ୍ଡା କାଶ ଭଲ କରିବ ଜାଇଫଳ ଗୁଣ୍ଡ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











