The Ultimate Managed Hosting Platform
ADVERTISEMENT

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆଜି ପ୍ରଥମ ପର‌୍ୟ୍ୟାୟ ଭୋଟ

Facebook
Twitter
LinkedIn

ଢେଙ୍କାନାଳ : ଆଜି ହେଉଛି ପଞ୍ଚାୟତ ନିର୍ବାଚନ ପ୍ରଥମ ପର‌୍ୟ୍ୟାୟ । ଏଥିପାଇଁ ଜୋରଦାର୍ ପ୍ରସ୍ତୁତି ଚାଲିଛି । ସକାଳ ୭ଟାରୁ ଆରମ୍ଭ ହୋଇ ଯାଇଛି ଭୋଟ୍ ଗ୍ରହଣ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର‌୍ୟ୍ୟାୟର ଭୋଟ ଗ୍ରହଣ ଦିନରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଓ ଗଁନ୍ଦିଆ ବ୍ଲକର ଭୋଟ ଗ୍ରହଣ ହେଉଛି । ଆଜି ଭୋଟର ମାନେ ବୁଥକୁ ଯାଇ ସ୍ୱତନ୍ତ୍ର ବାଲାଟ ପେପରରେ ଜିଲ୍ଲା ପରିଷଦ, ସରପଞ୍ଚ , ସମିତି ସଭ୍ୟ ଓ ୱାର୍ଡ ମେମ୍ବର ପ୍ରାର୍ଥୀଙ୍କୁ ମତଦାନ କରୁଛନ୍ତି । ତେବେ ଉଭୟ ବ୍ଲକର ୮ଟି ଜିଲ୍ଲା ପରିଷଦ ଆସନ, ୬୪ଟି ପଂଚାୟତରେ ସରପଞ୍ଚ ଓ ପଞ୍ଚାୟତ ସମିତି ସଭ୍ୟ ତଥା ୮୭୨ଟି ୱାର୍ଡ ମେମ୍ବର ପଦବୀ ପାଇଁ ମତଦାନ ହେବ । ସେଥି ମଧ୍ୟରୁ ମୋଟ ୮୭୨ଟି ବୁଥରୁ ଉଭୟ ବ୍ଲକର ୧୪୬ଟି ବୁଥ ସମ୍ବେଦନଶୀଳ ରହିଛି । ହିନ୍ଦୋଳ ବ୍ଲକ ୩୫ ପଞ୍ଚାୟତ ଓ ଗଁନ୍ଦିଆରେ ୨୯ ପଞ୍ଚାୟତର ମୋଟ ୨୬ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ରହିଛନ୍ତି । ୨୮୪ଜଣ ସରପଞ୍ଚ ଓ ସମିତି ସଭ୍ୟ ଥିବା ବେଳେ ୧୦୫୭ ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ ଅଛନ୍ତି । ଏଥିପାଇଁ ପୋଲିସର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇ ମତଦାନ କରାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login