କଟକ: ତ୍ରିଶୁଳିଆ ବ୍ରିଜରେ ଚାବି ଲାଗିଥିବା ନାଲି ସ୍କୁଟିକୁ ନେଇ ଚର୍ଚ୍ଚା । ବ୍ରିଜ ଉପରେ ସ୍କୁଟି ସହ ରହିଛି ଚପଲ । ସ୍କୁଟି ଆରୋହୀଙ୍କ ମିଳୁନି ପତ୍ତା । ସ୍କୁଟି ଚାଳକଙ୍କ ପରିଚୟ ମିଳିଛି। ସ୍କୁଟି ଚାଳକ ଜଣକ ହେଲେ କଟକ ନୂଆ ବଜାର ଅଞ୍ଚଳର ମମତା ସାହୁ ବୋଲି ଜଣାପଡିଛି। ସେ ଏକ ଘରୋଇ ସ୍କୁଲରେ ପଠା ପଢ଼ାନ୍ତି । ବୁଧବାର ସକାଳୁ ସେ ସ୍କୁଟି ନେଇ ଘରୁ ଆସିଥିଲେ ହେଲେ ଆଉ ଘରକୁ ଫେଟିନଥିଲେ । ପରିବାର ଲୋକେ ବହୁ ଖୋଜା ଖୋଜି କରିଥିବାବେଳେ ତାଙ୍କର କୌଣସି ସନ୍ଧାନ ପାଇନଥିଲେ ।
ସେପଟେ ସକାଳୁ ବହୁତ ସମୟ ଧରି ବ୍ରିଜ ଉପରେ ସ୍କୁଟି ଓ ଚପଲ ଏବଂ ସ୍କୁଟି ଚାବି ଲାଗିଥିବା ଦେଖି ସ୍ଥାନୀୟ ଲୋକେ ମର୍କତନଗର ଥାନାକୁ ଜଣାଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପଚରା ଉଚରା କରିବା ସହ ଗାଡ଼ି ନମ୍ବର ଯାଞ୍ଚ କରିଥିଲା । ଯାଞ୍ଚ କରିବା ପରେ ସ୍କୁଟି ଚାଳକ ଜଣକ କଟକ ନୂଆ ବଜାର ବୋଲି ଜାଣିବାକୁ ପାଇ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପରିବାର ଲୋକେ ପହଞ୍ଚି ସ୍କୁଟି ଓ ଚପଲକୁ ଚିହ୍ନଟ କରିଥିବା ବେଳେ ପରିବାରରେ କୌଣସି ମାନମାଳିନ ନଥିବା କହିଛନ୍ତି ପରିବାର ଲୋକେ ।
ତ୍ରିଶୁଳିଆ ବ୍ରିଜରେ ଅଜଣା ସ୍କୁଟି, ଚାଳକ ନିଖୋଜ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











