The Ultimate Managed Hosting Platform
ADVERTISEMENT

ତ୍ରିପୁରାରେ ବନ୍ୟା , ଆଶ୍ରୟସ୍ଥଳରେ ୫୩ ହଜାର ପ୍ରଭାବିତ

Facebook
Twitter
LinkedIn

ଅଗଲତାଲା : ତ୍ରିପୁରାରେ ପ୍ରଳୟଙ୍କରୀ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୩୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ଅନେକ ଜନବସତିରେ ବନ୍ୟାଜଳ କମିନଥିବାରୁ ଆଶ୍ରୟସ୍ଥଳରେ ଏବେ ବି ୫୩ହଜାର ଲୋକ ରହିଛନ୍ତି। ତ୍ରିପୁରାରେ ଅଗଷ୍ଟ ୧୯ରୁ ୨୩ ତାରିଖ ମଧ୍ୟରେ ଲଗାଣ ବର୍ଷା ହୋଇଥିଲା। ଫଳରେ ଗୋମତି ନଦୀ ସମେତ ଶାଖା ନଦୀରେ ବନ୍ୟା ବିତ୍ପାତ ସୃଷ୍ଟି ହୋଇଥିଲା। ଗତକାଲି ରାଜ୍ୟ ବିପର୍ୟ୍ୟୟ ପରିଚଳନା, ରିଲିଫ୍ ଓ ଥଇଥାନ ବିଭାଗ ପକ୍ଷରୁ ଜାରି ସୂଚନାନୁସାରେ, ବର୍ତ୍ତମାନ ମଧ୍ୟ ୩୬୯ଟି ରିଲିଫ୍ କ୍ୟାମ୍ପ୍ ଚାଲିଛି। ଏଥିରେ ୫୩ ହଜାର ୩୫୬ ଜଣ ଆଶ୍ରୟ ନେଇଛନ୍ତି। ସେମାନଙ୍କୁ ଆବଶ୍ୟକ ଖାଦ୍ୟ ପ୍ୟାକେଟ୍ ପ୍ରଦାନ କରାଯାଇଥିବା ବେଳେ ପାନୀୟ ଜଳ, ଔଷଧ, ଚିକିତ୍ସା ଆଦି ଆବଶ୍ୟକ ସୁବିଧା ପ୍ରଦାନ କରାଯାଉଛି। ସୋନାମୁରା ଠାରେ ଗୋମତି ନଦୀର ଜଳ ବିପଦ ସଙ୍କେତଠାରୁ ନିମ୍ନରେ ପ୍ରବାହିତ ହେଉଛି, ତଥାପି ବନ୍ୟାସ୍ଥିତିରେ ସୁଧାର ହୋଇନାହିଁ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login