ନୀଳଗିରି ; ତେଲ ଟ୍ୟାଙ୍କର ଧକ୍କାରେ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ରାଜ୍ୟ ରାଜପଥ ୧୯ ଭାଲୁକାଶୁଣୀ ରାସ୍ତାରେ ଧକ୍କା ଦେଲା ଟ୍ୟାଙ୍କର । ମୃତ ଯୁବକ ହେଲେ ଦହଶୋଡା ଅଞ୍ଚଳର ସଂଜୀବ କୁମାର ବେହେରା । ଉତ୍ୟକ୍ତ ଲୋକ ମୃତଦେହ ରଖି ନୀଳଗିରି-ଉଦଳା ଜାତୀୟ ରାଜପଥ ଅବରୋଧ କରିଥିଲେ । ନୀଳଗିରି ପୋଲିସ ତେଲ ଟ୍ୟାଙ୍କରକୁ ଜବତ କରି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ରାସ୍ତା କାମଟି ଦୀର୍ଘ ଦିନ ଧରି ଚାଲୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ହୋଇନାହିଁ । ଫଳରେ ଲୋକମାନେ ବାରମ୍ବାର ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ ହୋଇଛି ।
Views: 42