ପୁରୀ : ସତ୍ୟବାଦୀ ନିର୍ବାଚନ ମଣ୍ଡଳୀକୁ ନେଇ ତେଜିଲା ବିଜେଡି କଳି । ସଂଜୟ ଦାସବର୍ମାଙ୍କ ଭିଡିଓ ଭାଇରାଲ ପରେ ଉମା ସାମନ୍ତରାୟଙ୍କ କଡା ଟିପ୍ପଣୀ । କିଏ କଣ କହିଲା ସେଥିରେ ଯାଏ ଆସେ ନାହିଁ କହିଲେ ବିଧାୟକ ଉମା । ଦଳର ସୁପ୍ରିମୋ କିଛି ଟିକେଟ ଘୋଷଣା କଲେଣି କି ପଚାରିଲେ ଉମା । ସତ୍ୟବାଦୀରେ ବିଜେଡି ଖାତା ମୁଁ ଖୋଲିଥିଲି ବୋଲି କହିଲେ ଉମା । ସତ୍ୟବାଦୀରେ ତାଙ୍କ ସ୍ଥିତି ଦୃଢ ଥିବା ସଙ୍କେତ ଦେବା ସହିତ । ନିଜ ସଙ୍ଗଠନ ସମ୍ପର୍କରେ ସୂଚନା ଦେଇ ଉମା ସାମନ୍ତରାୟ କହିଛନ୍ତି, ସତ୍ୟବାଦୀ ମୋ ଜନ୍ମସ୍ଥାନ । ସତ୍ୟବାଦୀରେ ମୁଁ ପାରୁପର୍ୟ୍ୟନ୍ତ ସଂଗଠନ କରିଛି । ୱାର୍ଡ ସ୍ତରରୁ ସଂଗଠନକୁ ସୁଦୃଢ କରିଛି । ମୁଁ ତିନି ତିନି ଥର ଜିଲ୍ଲା ପରିଷଦ ସ୍ୱାଧୀନରେ ଜିତିଛି । ବିଧାୟକ ବି ସ୍ୱାଧୀନ ଭାବେ ଜିତିଛି । ବିଜୁ ଜନତା ଦଳ ଯେତେବେଳେ ସତ୍ୟବାଦୀରେ କେବେ ବି ଖାତା ଖୋଲି ନଥିଲା, ମୁଁ ୨୦୧୯ ରେ ଖାତା ଖୋଲିଥିଲି । ସତ୍ୟବାଦୀ ବ୍ଲକରେ କେବେ ବି କେହି ଚେୟାରମ୍ୟାନ କରି ପାରିନଥିଲେ, ମୁଁ ସେଠି ଦୁଇ ଦୁଇ ଥର ଚେୟାରମ୍ୟାନ ବି କରିଛି ।
ତେଜିଲା ବିଜେଡିର ସତ୍ୟବାଦୀ କଳି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











