ବିହାର : ତେଜସ୍ୱୀ ଯାଦବ ହେଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ମହାଗଠବନ୍ଧନ ପକ୍ଷରୁ ତେଜସ୍ୱୀ ଯାଦବଙ୍କ ନାଁ ଘୋଷଣା । ପ୍ରେସ କନଫରେନ୍ସରେ ନାଁ ଘୋଷଣା କଲେ ଅଶୋକ ଗେହଲଟ । ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ସମର୍ଥନ କରିବୁ କହିଲେ ଗେହଲଟ । ଭିଆଇପି ମୁକେଶ ସାହାଣୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା । କଂଗ୍ରେସ ନେତାଙ୍କ ସହ ତମାମ ଆଲୋଚନା ପରେ ମହାମେଣ୍ଟ ତରଫରୁ ପ୍ରେସମିଟ୍ କରି ଏହି ଘୋଷଣା କରାଯାଇଛି । କଂଗ୍ରେସ ନେତା ଅଶୋକ ଗେହଲଟ ଏହି ଘୋଷଣା କରିଛନ୍ତି । ଅଶୋକ ଗେହଲଟ କହିଛନ୍ତି, ବିହାରରେ ମହାମେଣ୍ଟ ପୂରାପୂରି ଭାବେ ଏକଜୁଟ୍ ଅଛି । ଏଥିସହିତ ପୂରା ଶକ୍ତି ଲଗାଇ ନିର୍ବାଚନ ଲଢୁଛି । ମୁଖ୍ୟମନ୍ତ୍ରୀ ଚେହେରା ସମ୍ପର୍କରେ ସେ କହିଛନ୍ତି ଯେ, ସମସ୍ତଙ୍କର ରାୟ ନେବା ପରେ ଏହି ନିଷ୍ପତ୍ତି ନିଆଯାଇଛି ଯେ, ତେଜସ୍ୱୀ ଯାଦବ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ହେବେ ।
Views: 66











