ନୂଆଦିଲ୍ଲୀ : ତୁର୍କୀକୁ ଲାଗିଲା ଆଉ ଏକ ଝଟକା । ଆଜି ଆଉ ଏକ ଝଟ୍କା ଦେଇଛନ୍ତି କେନ୍ଦ୍ର ସରକାର । ଭାରତରେ କାର୍ୟ୍ୟକ୍ଷମ ଥିବା ତୁର୍କୀ ବିମାନ କମ୍ପାନୀ ସେଲେବି ଏୟାରପୋର୍ଟ ସର୍ଭିସେସ୍ର ସୁରକ୍ଷା ମଞ୍ଜୁରୀ ପ୍ରତ୍ୟାହାର କରିନେଇଛନ୍ତି ଭାରତୀୟ ସରକାର । ଜାତୀୟ ସୁରକ୍ଷାର ସ୍ଵାର୍ଥ ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଥିବା ସରକାର ଦର୍ଶାଇଛନ୍ତି । ଭାରତର ୯ଟି ବିମାନବନ୍ଦରରେ ତୁର୍କୀର ସେଲେବି ଆଭିଏସନ ସେବା ପ୍ରଦାନ କରୁଛି । ଏସବୁ ବିମାନବନ୍ଦର ହେଉଛି ଦିଲ୍ଲୀ, ମୁମ୍ବଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଚେନ୍ନାଇ, ଅହମଦାବାଦ, ଗୋଆ, କୋଚି ଏବଂ କନ୍ନୁର । ବିମାନ ସୁରକ୍ଷା ବ୍ୟୁରୋ ଭାରତୀୟ ବିମାନବନ୍ଦରରେ ତୁର୍କିର ଭୂମି ହ୍ୟାଣ୍ଡଲିଂ କମ୍ପାନୀ ସେଲେବିର ସୁରକ୍ଷା କ୍ଲିୟରାନ୍ସକୁ ତୁରନ୍ତ ପ୍ରଭାବରୁ ବାତିଲ କରିଛି । ଏହି ସୂଚନା ଏକ ସରକାରୀ ନିର୍ଦ୍ଦେଶ ମାଧ୍ୟମରେ ଦିଆଯାଇଥିଲା । ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପ୍ରତି ହୋଇଥିବା ସାମରିକ ସଂଘର୍ଷ ସମୟରେ, ତୁର୍କୀ ଖୋଲାଖୋଲି ଭାବରେ ପାକିସ୍ତାନକୁ ସମର୍ଥନ କରିଥିଲା । କେବଳ ଏତିକି ନୁହେଁ, ପାକିସ୍ତାନ ଭାରତ ବିରୁଦ୍ଧରେ ବହୁଳ ଭାବରେ ତୁର୍କୀ ଡ୍ରୋନ ବ୍ୟବହାର କରିଥିଲା । କେବଳ ଏତିକି ନୁହେଁ, ପାକିସ୍ତାନରେ ଆତଙ୍କବାଦୀ ଆଡ୍ଡା ଉପରେ ଭାରତର ସାମରିକ କାର୍ୟ୍ୟାନୁଷ୍ଠାନକୁ ତୁର୍କୀ ମଧ୍ୟ ନିନ୍ଦା କରିଛି । ଅନ୍ୟପଟେ ଏହି କ୍ରମରେ ଓଡିଶାର ବିଭିନ୍ନ ବ୍ୟବସାୟୀମାନେ ମଧ୍ୟ ତୁର୍କୀ ସାମଗ୍ରୀ ଉପରେ ରୋକ ଲଗାଇଛନ୍ତି । ତୁର୍କୀରୁ ସାମଗ୍ରୀ ଆଣିବେନି ବୋଲି ରୋକଠୋକ୍ ମନା କରି ଦେଇଛନ୍ତି । ବିକାଶ ମଣ୍ଡଳ, ଭଦ୍ରକର ଜଣେ ଫଳ ବ୍ୟବସାୟୀ କହିଛନ୍ତି, ଆମ ଶତ୍ରୁ ଦେଶ ପାକିସ୍ତାନକୁ ତୁର୍କୀ ସାହାଯ୍ୟ କରିଥିବାରୁ ତୁର୍କୀଠାରୁ ଆଉ ଆମେ କୌଣସି ଫଳ ଆଣିବୁନି । ତୁର୍କୀକୁ ବେଶି ସେଓ ଆସୁଥିବା ବେଳେ ଏହାକୁ ବନ୍ଦ କରିଛୁ ।
ତୁର୍କୀକୁ ଲାଗିଲା ଆଉ ଏକ ଝଟକା, ବିମାନ କମ୍ପାନୀ ସେଲେବି ସର୍ଭିସେସର ସୁରକ୍ଷା ମଞ୍ଜୁରୀ ପ୍ରତ୍ୟାହାର କଲେ ଭାରତ ସରକାର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











