ଭୁବନେଶ୍ୱର : ଆଜି ମଧ୍ୟ ଉପାସରେ ଶ୍ରୀଲିଙ୍ଗରାଜ । ତିନି ଦିନ ପରେ ବି ତୁଟୁନି ବିବାଦ । ଭକ୍ତ ଆଡ଼କାଠ ନିକଟରେ ଭୋଗ ଲଗାଇ ଫେରୁଛନ୍ତି । କିନ୍ତୁ ବିଧିବଦ୍ଧ ଭାବେ ନୀତିକାନ୍ତି ହୋଇପାରୁନାହିଁ । ବିବାଦ ସମାଧାନ ପାଇଁ ଗତକାଲି ବୈଠକ ବସିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରିପାରିନି । ବିବାଦର ସମାଧାନ ପାଇଁ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ୟ୍ୟନିର୍ବାହୀ ଅଧିକାରୀ ଆଜି ବୈଠକ ଡାକିବେ ।
ଏଥିପାଇଁ ଗତକାଲି ଦେବୋତ୍ତର କମିଶନର ନିର୍ଦ୍ଦେଶ ଦେଇଛନ୍ତି । ତିନି ନିଯୋଗଙ୍କ ସହ ଆଲୋଚନା ପରେ ଟ୍ରଷ୍ଟ ବୋର୍ଡ କାର୍ୟ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର । ସମସ୍ତ ପକ୍ଷଙ୍କ ସହ ଆଲୋଚନା କରି ବିବାଦର ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ପକ୍ଷ ଅରାଜି ହୁଅନ୍ତି ବା ସେବା ନକରନ୍ତି ତାଙ୍କ ବିରୋଧରେରେ କ୍ଳଜ୍ ୧୭ ଅନୁସାରେ ଟ୍ରଷ୍ଟ ବୋର୍ଡ କାର୍ୟ୍ୟନିର୍ବାହୀ ଅଧିକାରୀ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ପୁରୁଣା ବିବାଦ ଏବଂ ନୀତିକାନ୍ତି ବନ୍ଦ ସମ୍ପର୍କରେ ମଧ୍ୟ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଦେବୋତ୍ତର କମିଶନର । ଆଜି କାର୍ୟ୍ୟନିର୍ବାହୀ ଅଧିକାରୀ ବୈଠକ ଡାକିବେ ।
ତୁଟୁନି ବିବାଦ, ଆଜି ବି ଉପାସରେ ପ୍ରଭୁ ଲିଙ୍ଗରାଜ

Facebook
Twitter
LinkedIn
Facebook
Twitter
LinkedIn
Recent News
MKCGରେ ଇଣ୍ଟର ମିଟ୍ ; ୩ ଛାତ୍ର ଆହତ
ବ୍ରହ୍ମପୁର : ଏମକେସିଜିରେ ଇଣ୍ଟର ମେଡିକାଲ ମିଟ ବେଳେ ୩ ଛାତ୍ର ଆହତ । କଟକ ଏସସିବିର ୩ ଛାତ୍ର ଉତ୍ସବ ପାଳନ ବେଳେ ଆହତ ।...
କ୍ୟାପିଟାଲ ଥାନା ଘେରିଲା ଅଟୋ ଚାଳକ ସଂଘ
ଭୁବନେଶ୍ୱର : କ୍ୟାପିଟାଲ ଥାନା ଘେରାଉ କଲେ ସ୍ମାର୍ଟସିଟି ଅନଲାଇନ ଅଟୋ ଚାଳକ ସଂଘ । କ୍ୟାପିଟାଲ ଥାନା ସମ୍ମୁଖରେ ଲମ୍ବା ଲାଇନରେ ଛିଡା ହୋଇଛି ଅଟୋ...
ହରିୟାଣା ଡିଜିପିଙ୍କୁ ଛୁଟିରେ ପଠାଗଲା
ହରିୟାଣା : ଆଇପିଏସ ୱାଇ ପୁରନ କୁମାର ଆତ୍ମହତ୍ୟା ମାମଲା । ହରିୟାଣା ଡିଜିପିଙ୍କୁ ଛୁଟିରେ ପଠାଗଲା । ହରିୟାଣା ଡିଜିପି ଶତ୍ରୁଜିତ କପୁରଙ୍କୁ ଛୁଟିରୋ ପଠାଇଲେ...
ଚନ୍ଦକା ଥାନାରୁ ଅଭିଯୁକ୍ତ ଚମ୍ପଟ
ଭୁବନେଶ୍ୱର : ପୁଣି କମିଶନରେଟ ପୋଲିସର ଢିଲା ସୁରକ୍ଷା ପଦାରେ ପଡିଲା । କନଷ୍ଟେବଳଙ୍କୁ ଧକ୍କା ଦେଇ ମୋବାଇଲ ଚୋରି ଅଭିଯୁକ୍ତ ଥାନାରୁ ଚମ୍ପଟ । ଚନ୍ଦକା...