The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ତୀବ୍ର ହେଉଛି ଇସ୍ରାଏଲ – ଇରାନ ଯୁଦ୍ଧ ; ଇସ୍ରାଏଲର ବୈଜ୍ଞାନିକ ଗବେଷଣା କେନ୍ଦ୍ର ନଷ୍ଟ କଲା ଇରାନ

Facebook
Twitter
LinkedIn

ନୂଆଦିଲ୍ଲୀ : ଦିନକୁ ଦିନ ତୀବ୍ର ହେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ । ଇସ୍ରାଏଲ-ଇରାନ ମଧ୍ୟରେ ଆକ୍ରମଣ-ପ୍ରତିଆକ୍ରମଣ ବୃଦ୍ଧି ପାଉଛି । ୮ ଦିନ ଧରି ଲଗାତାର ହେଉଛି ଆକ୍ରମଣ । ଇରାନର ନ୍ୟୁକ୍ଲିୟର ସାଇଟ ଉପରେ ଭୟଙ୍କର ଏୟାର ଷ୍ଟ୍ରାଇକ କରିଥିଲା ଇସ୍ରାଏଲ । ଏହାର ଜବାବ ଦେଇଛି ଇରାନ ।ଇସ୍ରାଏଲ ଉପରେ ଭୟଙ୍କର ବୋମା ବର୍ଷା କରିଛି ଇରାନ । ଇସ୍ରାଏଲ ଉପରେ କ୍ଲଷ୍ଟର ବୋମା ବର୍ଷା କରିଛି । ପ୍ରଥମ ଥର ପାଇଁ କ୍ଲଷ୍ଟର ବୋମା ବ୍ୟବହାର କରିଛି ଇରାନ । ଜବାବରେ ଇସ୍ରାଏଲର ବୈଜ୍ଞାନିକ ଗବେଷଣା ଭିତ୍ତିଭୂମି ଓ ବୈଜ୍ଞାନିକମାନଙ୍କୁ ଟାର୍ଗେଟ୍ କରିଛି । ଇସ୍ରାଏଲର ବୈଜ୍ଞାନିକ ଗବେଷଣା କେନ୍ଦ୍ର କ୍ରାଉନ ଜୁଏଲ ଅଫ୍ ସାଇନ୍ସ ଉପରେ ମିସାଇଲ୍ ମାଡ଼ କରିଛି ଇରାନ।ଇରାନର ମିସାଇଲ୍ ଇସ୍ରାଏଲର ୱେଇଜମ୍ୟାନ୍ ସାଇନ୍ସ ଇନଷ୍ଟିଚ୍ୟୁଟ୍ ଉପରେ ଆଟାକ୍ କରିଥିଲା । ଏଥିରେ ଇନଷ୍ଟିଚ୍ୟୁଟର ଏକାଧିକ ଲ୍ୟାବ୍ ନଷ୍ଟ ହୋଇଯାଇଛି । ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆକ୍ରମଣରେ ଦୁଇଟି ବିଲ୍ଡିଂକୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଇସ୍ରାଏଲରେ ହସ୍ପିଟାଲ ଉପରେ ବୋମା ମାଡ଼ କରିଛି ଇରାନ । ଇରାନକୁ ଏହାର ମୂଲ୍ୟ ଦେବାକୁ ହେବ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ଦୁଇ ଦେଶ ପରସ୍ପର ଉପରେ ଭୟଙ୍କର ଆକ୍ରମଣ ଜାରି ରଖିଛନ୍ତି । ଗୋଟିଏ ସପ୍ତାହ ପରେ ବି ଯୁଦ୍ଧ ବନ୍ଦ ହେବା ଭଳି ସଂକେତ ନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କଲେ ଶୋଭନା ମହାନ୍ତି

ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କଲେ ଶୋଭନା ମହାନ୍ତି

ଭୁବନେଶ୍ୱର : ଦାୟିତ୍ବ ଗ୍ରହଣ କଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି । ତାଙ୍କ ସହ ମହିଳା କମିସନର ଅନ୍ୟ ସଦସ୍ୟା ମାନେ ମଧ୍ୟ...

ମହାପ୍ରସାଦରେ ବ୍ୟବହାର ହେବ ଜୈବିକ ଚାଉଳ

ଅନଲାଇନରେ ମହାପ୍ରସାଦ ବିକ୍ରି ପ୍ରସ୍ତାବକୁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଅଗ୍ରାହ୍ୟ

ଭୁବନେଶ୍ୱର : ଅନଲାଇନରେ ବିକ୍ରି ହେବ ନାହିଁ ମହାପ୍ରସାଦ । ବିଭିନ୍ନ ସଂସ୍ଥା ଦେଇଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ।...

ADVERTISEMENT
ପୁରୀ ଅଘଟଣ ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା , କହିଲେ ଅବହେଳା ଅକ୍ଷମଣୀୟ

“ଆତ୍ମହତ୍ୟା” କଥା ଶୁଣି ତାଗିଦ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : "ଆତ୍ମହତ୍ୟା" କଥା ଶୁଣି ଅଭିଯୋଗ ପ୍ରକୋଷ୍ଠରେ ତାଗିଦ କଲେ ମୁଖ୍ୟମନ୍ତ୍ରୀ । ଜଗବନ୍ଧୁ ପଣ୍ଡା ନାମକ ଜଣେ ଅଭିଯୋଗକାରୀଙ୍କ ଠାରୁ ଏପରି ଶୁଣି ତାଗିଦ...

Login