ଜଗତସିଂହପୁର : ଜଗତସିଂହପୁର ତିର୍ତ୍ତୋଲ ଥାନା ଅଞ୍ଚଳରେ ବୀଭତ୍ସ ହତ୍ୟାକାଣ୍ଡ । ସାଇଲୋ ପଞ୍ଚାୟତ ଭିରତରଣାରେ ୨ ଜଚ୍ଚଙ୍କୁ କୁରାଢିରେ ଆକ୍ରମଣ । ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେହି ଗାଁର ଜଣେ ଯୁବକ ଦୁହିଁଙ୍କୁ କୁରାଢୀରେ ହାଣି ପକାଇଲା । ଆକ୍ରମଣ କାରୀ ଯୁବକ ନାଁରେ ପୂର୍ବରୁ ଅପରାଧିକ ମାମଲା ରହିଛି । କାହିଁକି ଏପରି ଭାବେ ଦୁଇ ଜଣଙ୍କୁ ହାଣିଲା ଜଣାପଡିନାହିଁ । ମୃତକ ହେଲେ ବିନୋଦ ଦାସ। ଅଭିଯୁକ୍ତ ସୁବାସ ବିଶ୍ୱାଳକୁ ତିର୍ତ୍ତୋଲ ଥାନାରେ ଅଟକ ରଖାଯାଇଛି। ବିନୋଦ ସକାଳୁ କ୍ଷୀର ନେଇ ଯିବାବେଳେ ସୁବାସ ଟାଙ୍ଗିଆରେ ତାଙ୍କୁ ଆକ୍ରମଣ କରିଥିଲା । ପ୍ରବଳ ରକ୍ତସ୍ରାବ ହେତୁ ଛଟପଟ ହୋଇ ଘଟଣାସ୍ଥଳରେ ସୁବାସଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
Views: 105