ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରରେ ଦଳାଚକଟାରେ ୬ ଜଣଙ୍କ ଜୀବନ ଚାଲିଯାଇଛି । ଏହାସହିତ ଅନେକ ଲୋକ ଆହତ ହୋଇଛନ୍ତି । ଏହାପରେ ତିରୁମାଲା ତିରୁପତି ଦେବସ୍ଥାନମ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି । ସମସ୍ତ ଶ୍ରଦ୍ଧାଳୁଙ୍କୁ କ୍ଷମା ମାଗିଛନ୍ତି ବୋର୍ଡର ସଦସ୍ୟ ଭାନୁ ପ୍ରକାଶ ରେଡ୍ଡୀ ।ବୋର୍ଡର ସଦସ୍ୟ ଭାନୁ ପ୍ରକାଶ ରେଡ୍ଡୀ କହିଛନ୍ତି କି, ମନ୍ଦିରରେ ଏକାଦଶୀ ଦର୍ଶନ ପାଇଁ ଟୋକନ ବଣ୍ଟାଯିବାର ଥିଲା । ତେଣୁ ୯୧ କାଉଣ୍ଟର ଖୋଲାଯାଇଥିଲା । ହେଲେ ଶ୍ରଦ୍ଧାଳୁଙ୍କ ଭିଡ ଅଧିକ ରହିଥିଲା । ତେଣୁ ଦଳାଚକଟା ସ୍ଥିତି ଉପୁଜିଥିଲା । ଘଟଣାରେ ୬ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲ ସୁବିଧା ଯୋଗାଯାଇଛି । ତେବେ ଟିଟିଡି ଇତିହାସରେ ପ୍ରଥମ ଥର ଏଭଳି ଘଟଣା ଘଟିଛି । ମୁଁ ସମସ୍ତ ଶ୍ରଦ୍ଧାଳୁଙ୍କୁ କ୍ଷମା ମାଗୁଛି । ଆନ୍ଧ୍ରପ୍ରଦେଶର ତିରୁପତି ସ୍ଥିତ ପ୍ରଭୁ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ବୈକୁଣ୍ଠ ଏକାଦଶୀ ପର୍ବ ଆରମ୍ଭ ହେବାକୁ ଯାଉଛି । ୧୦ ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବ ପାଇଁ ଦର୍ଶନ ଟୋକନ ଗୁରୁବାର ସକାଳ ୫ ଟାରୁ ବଣ୍ଟନ କରାଯିବାର ଥିଲା । ତେବେ ବୁଧବାର ରାତିରୁ ହିଁ ହଜାର ହଜାର ଶ୍ରଦ୍ଧାଳୁ ଟିକେଟ୍ କାଉଣ୍ଟରରେ ଭିଡ ଜମାଇଥିଲେ । ଉତ୍ସବ ପାଇଁ ସ୍ଥାପିତ ୯୦ରୁ ଅଧିକ ଟିକେଟ୍ କାଉଣ୍ଟରରେ ଟୋକନ ପାଇଁ ପ୍ରବଳ ଭିଡ଼ ଜମିଥିଲା ।ଟୋକନ ନେବା ପାଇଁ ପ୍ରାୟ ୪ ହଜାରରୁ ଅଧିକ ଲୋକ ଏକାଠି ହୋଇଥିଲେ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦୁଃଖ ପ୍ରକାଶ କରିଛନ୍ତି । ଅଧିକାରୀଙ୍କୁ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିବାକୁ କହିଛନ୍ତି ।
ତିରୁପତୁ ମନ୍ଦିରରେ ଦଳାଚକଟା ଘଟଣା; ଭିଡ ଯୋଗୁଁ ଉପୁଜିଥିଲା ଏଭଳି ସ୍ଥିତି , କ୍ଷମା ମାଗିଲା ଟିଟିଡି

Facebook
Twitter
LinkedIn
Facebook
Twitter
LinkedIn
Recent News
ଜଳିଗଲା ୩ ମହଲା ଘର
ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...
ବିହାର ପାଇଁ ଜେଡିୟୁର ପ୍ରାର୍ଥୀ ଘୋଷଣା
ବିହାର : ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫୭ ଜଣଙ୍କ ନାଁ । ଚିରାଗ ପାଶୱାନ ଦାବି କରୁଥିବା ୪ଟି ସିଟରେ ପ୍ରାର୍ଥୀ ଦେଲା ଜେଡିୟୁ ।...
ନାଣ୍ଡୁ ଅପରାଧି ଚରିତ୍ରର ବ୍ୟକ୍ତି ; ଭକ୍ତ ଦାସ
ଭୁବନେଶ୍ୱର : କଂଗ୍ରେସ ଭବନ ବାହାରେ ହାଇଡ୍ରାମାକୁ ନେଇ ପିସିସି ସଭାପତିଙ୍କ ସ୍ପଷ୍ଟ ମତ । ନାଣ୍ଡୁ ଧଳ ଜଣେ ଅପରାଧିକ ଚରିତ୍ରର ବ୍ୟକ୍ତି । ସେ...
ସ୍କୁଲ ବସ-ବାଇକ ମୁହାଁମୁହିଁ ଧକ୍କା , ବାଇକ ଚାଳକ ମୃତ
ଉମରକୋଟ : ସ୍କୁଲ ବସ୍ ଓ ବାଇକ ମୁହାଁମୁହିଁ ଧକ୍କା । ବାଇକ ଚାଳକ ମୃତ, ୩ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ଗଞ୍ଜାପାର...