ହିନେ୍ଦାଳ : ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ । ସାଇତା ଧର ସବୁ ଚୋର ନେଇ ଫେରାର । ହିନ୍ଦୋଳ ବ୍ଲକ ବାଲିମି ଥାନା ଦୁଦୁରୁକୋଟ ଗାଁରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ବିଳମ୍ୱିତ ରାତିରେ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ରାତି ଅଧରେ ଘରେ କେହି ନଥିବାର ସୁଯୋଗ ନେଇ ଘରର ତାଲା ଭାଙ୍ଗି ପଶିଥିଲେ ଲୁଟେରା । ଯାହାପରେ ଘରେ ବୁଲାଇଦେଇଥିଲେ କଳାକନା । ଏପରିକି ବାସନ କୁସନ ବି ଛାଡ଼ିନାହାନ୍ତି ଏ ଦୁର୍ବୃତ୍ତ । ଘରେ ଥିବା ଟିଭି, ସୋଲାର ସିଷ୍ଟମ, ପାଣି ପମ୍ପ ସମେତ ଘରର ସମସ୍ତ ସାମଗ୍ରୀ ନେଇ ଚମ୍ପଟ୍ ମାରିଥିଲେ । ଚରଣ ବେହେରାଙ୍କ ବଡପୁଅ କିଛି ମାସ ପୂର୍ବରୁ ବିବାହ କରିଥିଲେ । ନୂଆ ଘରେ ବୋହୁର ସମସ୍ତ ଆସବାବପତ୍ର ମଧ୍ୟ ରଖିଥିଲେ । ପୁଅ ବାହାର ରାଜ୍ୟରେ କାମ କରୁଥିବାରୁ ସେ ଚାଲି ଯାଇଥିଲେ । ସେପଟେ ବୋହୁ ବାପା ଘରକୁ ବୁଲିବାକୁ ଯାଇଛନ୍ତି । ଅନ୍ୟପଟେ ଚରଣଙ୍କ ଦେହ ଖରାପ ଥିବାରୁ ସେ ପୁରୁଣା ଘରେ ସୋଇଥିଲେ ଏହାର ସୁଯୋଗ ନେଇଥିଲେ ଲୁଟେରା । ଅନ୍ୟପଟେ ଘଟଣାସ୍ଥଳରେ ବାଲିମି ପୋଲିସ୍ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।
ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











