ନୂଆଦିଲ୍ଲୀ : ପୁଣି ବିଷାକ୍ତ ମଦ ନେଲା ଜୀବନ । ବିଷାକ୍ତ ମଦ ପିଇ ୩ ମହିଳାଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ । ତାମିଲନାଡୁର ଭିଲୁପୁରାମ ଏବଂ ଚେଙ୍ଗଲପାଟ୍ଟୁ ଜିଲ୍ଲାରେ ବିଷାକ୍ତ ମଦ ନେଇକ୍ତି ଜୀବନ । ଭିଲୁପୁରାମ ଜିଲ୍ଲାର ମାରାକାନାମ ନିକଟ ଏକକିରାକୁପ୍ପମର ରହୁଥିବା ୬ ଜଣଙ୍କର ମୃତ୍ୟୁ ହୋଇଛି ।ସ୍ଥାନୀୟ ଅଧିକାରୀଙ୍କ କହିବାନୁଯାୟୀ, ଚେଙ୍ଗଲପଟଟୁ ଜିଲ୍ଲାର ମଧୂରଥଙ୍ଗମରେ ଶୁକ୍ରବାର ଦିନ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ରବିବାର ଦିନ ଜଣେ ଦମ୍ପତିଙ୍କ ମୃତ୍ୟୁ ଘଟିଛି । ଏହି ୪ଜଣଙ୍କର ମୃତ୍ୟୁ ବିଷାକ୍ତ ମଦ ପିଇ ହୋଇଛି । ବର୍ତ୍ତମାନ ୨୪ ଜଣରୁ ଅଧିକ ଲୋକଙ୍କ ଚିକିତ୍ସା ଚାଲିଛି ।ଏହି ଘଟଣା ପରେ ଇନ୍ସପେକ୍ଟର ଜେନେରାଲ୍ ପୋଲିସ୍ କହିଛନ୍ତି ଯେ, ସମସ୍ତ ୧୦ ଜଣ ପୀଡିତ ବ୍ୟକ୍ତି ଇଥାନଲ-ମିଥାନୋଲ ପଦାର୍ଥ ସହିତ ମଦ୍ୟପାନ କରିଛନ୍ତି। ତେବେ ଉଭୟ ଜିଲ୍ଲାରେ ଦୁଇଟି ମଦ ପିଇବା ଘଟଣା ସାମ୍ନାକୁ ଆସିଛି। ବାନ୍ତି, ଆଖି ପୋଡିବା ଏବଂ ମୁଣ୍ଡ ବୁଲାଇବା ଅଭିଯୋଗରେ ଭିଲୁପୁରମ୍ ଜିଲ୍ଲାରେ ଛଅ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଅନେକଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଅଭିଯୁକ୍ତ ଅମରନକୁ ଗିରଫ କରିବା ସହିତ ବିଷାକ୍ତ ମଦ ଜବତ କରିଛି ପୋଲିସ ।
ତାମିଲନାଡୁରେ ବିଷାକ୍ତ ମଦ ପିଇ ୧୦ ମୃତ, କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











