The Ultimate Managed Hosting Platform
ADVERTISEMENT

ତାତିରୁ ମିଳୁନି ତ୍ରାହି , ୯ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ

Facebook
Twitter
LinkedIn

ଭୁବନେଶ୍ୱର: ତାତାରୁ ମିଳୁନି ତ୍ରାହି । ଖରା ଲୋକଙ୍କୁ କଲବଲ କରୁଛି । କାଳବୈଶାଖୀ ବର୍ଷା ସତ୍ୱେ ଲାଗି ରହିଛି ତାତିର ଅଘୋଷିତ କର୍ଫ୍ୟୁ। ଦିନ ସାଢେ ୧୧ସୁଦ୍ଧା ୪୦.୪ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ଝାରସୁଗୁଡ଼ା । ସେହିପରି ୩୫ ଡିଗ୍ରୀ ଉପରେ ରହିଛି ୯ସହରର ତାପମାତ୍ରା। ପଶ୍ଚିମ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ୪୦ଡିଗ୍ରୀ ଉପରେ ରହୁଛି ପାରଦ। ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଗରମ ଓ ଗୁଳୁଗୁଳିରେ ଘାଣ୍ଟି ହେଉଛନ୍ତି ଲୋକ। ଗରମ ସହ ଗୁଳୁଗୁଳି ପାଇଁ ଲୋକମାନେ ବାହାରକୁ ବାହାରିବା ସମ୍ଭବ ହୋଇପାରୁ ନାହିଁ । ଆଜି ରାଜ୍ୟର ୧୯ ଜିଲ୍ଲାକୁ କାଳବୈଶାଖୀ ସତର୍କତା ଜାରି ହୋଇଥିବା ବେଳେ ମଧ୍ୟାହ୍ନରେ ଅସହ୍ୟ ଗରମ ଅନୁଭୂତ ହେଉଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ରାଜଧାନୀ ଭୁବନେଶ୍ବରରେ ପ୍ରବଳ ଖରା ହୋଇଛି । ଆସନ୍ତା ୫ଦିନ ପର୍ୟ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କାଳବୈଶାଖୀ ସମ୍ଭାବନା ଥିବାରୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି । ମୁକାବିଲା ନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login