ନୂଆଦିଲ୍ଲୀ : ତାଜାକିସ୍ତାନରେ ଭୂମିକମ୍ପ । ଗୁରୁବାର ସକାଳେ ତାଜାକିସ୍ତାନରେ ୪.୫ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଏହି ଭୂମିକମ୍ପ ଭାରତୀୟ ସମୟ ଅନୁସାରେ ସକାଳ ୫ଟା ୪୪ ମିନିଟରେ ଆସିଥିଲା । ଅକ୍ଷାଂଶ ୩୮.୨୦ ଏନ୍ ଏବଂ ଦ୍ରାଘିମା ୭୨.୮୯ ଇରେ ୧୩୦ କିଲୋମିଟର ଗଭୀରତାରେ ଭୂମିକମ୍ପ ରେକର୍ଡ କରାଯାଇଛି । ଏହିପରି ଡିସେମ୍ବର ୨୧ରେ ମଧ୍ୟ ନେପାଳରେ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୮ ।
Views: 40