କାମାକ୍ଷାନଗର : ପରଜଙ୍ଗ ତହସିଲଦାରଙ୍କୁ ଆକ୍ରମଣ ଘଟଣା । ୮ ଗିରଫ । ୨ଟି ଟ୍ରାକ୍ଟର , ଗୋଟିଏ ଜେସିବି ଜବତ କଲା କାମାକ୍ଷାନଗର ପୋଲିସ । କାଲି ମାଫିଆଙ୍କ ମାଡରେ ତହସିଲଦାର ଓ କିରାଣି ଆହତ ହୋଇଥିଲେ ।
ଗତକାଲି ଢେଙ୍କାନାଳ କାମାକ୍ଷାନଗର ଥାନା ପଥରଖମ୍ବ ଗାଁ ନିକଟରେ ତହସିଲଦାରଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା । ସରକାରୀ ଜମିରୁ ଜେସିବିରେ ବେଆଇନ ଭାବେ ମାଟି ଖୋଳା ଯାଉଥିବା ବେଳେ ଖବର ପାଇ ତହସିଲଦାର ସି.ଏସ. ପଟେଲ ଚଢାଉ ପାଇଁ ପହଞ୍ଚିଥିଲେ। ବେଆଇନ ଭାବେ ମାଟି ଉଠାଉଥିବା ବେଳେ ତହସିଲଦାର ନିଜ ମୋବାଇଲରେ ଫଟୋ ଉଠାଇଥିଲେ।
ଏହାକୁ ଦେଖି ସେଠାରେ ଉପସ୍ଥିତ ଥିବା ମାଫିଆ ଆକ୍ରମଣ କରିଥିଲେ। ପ୍ରବଳ ମାଡ଼ ମାରିବା ସହ ଜେସିବି ଚଢାଇ ଦେବାକୁ ଉଦ୍ୟମ କରିଥିଲେ। ପର୍ଜଙ୍ଗ ରାଜସ୍ୱ ନିରୀକ୍ଷକ ଆଲୋକ କୁମାର ଲେଙ୍କା ଖବର ପାଇ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ତାଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା । ୮ରୁ ୧୦ ଜଣ ମାଫିଆ ଆକ୍ରମଣ କରି ସେଠାରୁ ଫେରାର ହୋଇଯାଇଥିଲେ। ଆହତ ଅବସ୍ଥାରେ ତହସିଲଦାର, ଆରଆଇ ଓ ଜଣେ କିରାଣୀଙ୍କୁ କାମାକ୍ଷାନଗର ମେଡିକାଲରେ ଉର୍ତ୍ତି କରାଯାଇଥିଲା ।
ତହସିଲଦାରଙ୍କୁ ଆକ୍ରମଣ : ୮ ଗିରଫ

Facebook
Twitter
LinkedIn
Facebook
Twitter
LinkedIn
Recent News
ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯
ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା
ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ
ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା
ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...