The Ultimate Managed Hosting Platform
ADVERTISEMENT

ଡ୍ରେନରୁ ମିଳିଲା ନବଜାତ ଶିଶୁର ମୃତଦେହ

Facebook
Twitter
LinkedIn

ଅନୁଗୁଳ : ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଡାକ୍ତରଖାନା ସମ୍ମୁଖରେ ଥିବା ମହିଳା ଶୌଚାଳୟର ଡ୍ରେନରେ ଏକ ନବଜାତ ଶିଶୁପୁତ୍ରର ଶବ ଭାସୁଥିବାର ଦେଖି ଦେଖଣାହାରୀଙ୍କ ଭିଡ଼ ଜମିଯାଇଥିଲା । ପରେ ଖବର ପାଇ ପାଳଲହଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଡ୍ରେନରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ । ପ୍ରକାଶ ଥାଉକି କିଛିଦିନ ତଳେ ସ୍ଥାନୀୟ ବସଷ୍ଟାଣ୍ଡ ନିକଟରୁ ଏକ ନବଜାତ ଜୀବନ୍ତ ଶିଶୁ ଉଦ୍ଧାର ହୋଇଥିଲା, ଏଠାରେ ପ୍ରଶ୍ନ ଉଠୁଛି ଯେ ଏଭଳି ବାରମ୍ବାର ହେବାର କାରଣ କଣ ହେଇପାରେ ? ଅବୈଧ ଗର୍ଭପାତ ନା କୌଣସି କୁମାରୀ ମାଆର ପାପ ? ସଠିକ ତଦନ୍ତ ହେଲେ ଏହାର ସତ୍ୟାସତ୍ୟ ଲୋକଲୋଚନକୁ ଆସିପାରିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login