The Ultimate Managed Hosting Platform
ADVERTISEMENT

ଡେଷ୍ଟିନେସନ୍ ୱେଡିଂରେ ପଡିବ ହାତଗଣ୍ଠି, ପର୍ଯ୍ୟଟନ ବିଭାଗ ପକ୍ଷରୁ ଖୁବଶୀଘ୍ର ଭିତ୍ତିପ୍ରସ୍ତର ସ୍ଥାପନ

Facebook
Twitter
LinkedIn

ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ ସ୍ଥାନରେ ୱେଡିଂ ପ୍ଲାନିଂ କରାଯିବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଖୁବ୍ଶୀଘ୍ର ଭିତ୍ତିପ୍ରସ୍ତର ସ୍ଥାପନ ହେବ। ଏଥିପାଇଁ ସ୍ଥାନ ଚିହ୍ନଟ ହୋଇଥିବା ବେଳେ ଆସନ୍ତା ବର୍ଷରୁ ଆରମ୍ଭ ହେବ ବିବାହ କାର୍ୟ୍ୟ। ପ୍ରଥମ ପର୍ୟ୍ୟାୟରେ ୭ଟି ସ୍ଥାନକୁ ଅଗ୍ରାଧିକାର ଦିଆଯିବ। କୋଣାର୍କ, ଦାରିଙ୍ଗବାଡ଼ି, ପୁଟସିଲ୍, ହୀରାକୁଦ, ସାତକୋଶିଆ, ଭିତରକନିକା, ସୋନାପୁର ଆଦି ସ୍ଥାନ ପାଲଟିବ ୱେଡିଂ ଡେଷ୍ଟିନେସନ୍। ପରବର୍ତ୍ତୀ ସମୟରେ ଏହି ତାଲିକାରେ ରାଜ୍ୟର ବିଭିନ୍ନ ସ୍ଥାନକୁ ଯୋଡ଼ାଯିବ। ଏହାସହ ଏହି ଡେଷ୍ଟିନେସନ୍ରେ ସାମିଲ ହେବ ରାଜଉଆସ। ରାଜକୀୟ ଢଙ୍ଗରେ ବିବାହ କାର୍ୟ୍ୟ କରିବାକୁ ଚାହୁଁଥିବା ବ୍ୟକ୍ତି ରାଜଉଆସରେ ବିବାହ କାର୍ୟ୍ୟ କରାଯିବା ପାଇଁ ମଧ୍ୟ ସମସ୍ତ ସୁବିଧା ପାଇପାରିବେ। ଯାହା ରାଜ୍ୟ ପର୍ୟ୍ୟଟନକୁ ଏକ ନୂଆ ଦିଶା ଆଣିଦେବ। ପ୍ରଥମ ପର୍ୟ୍ୟାୟରେ ରାଜ୍ୟର ୭ଟି ସ୍ଥାନରେ ଅନୁଷ୍ଠିତ ହେଉଥିବା ଇକୋ-ରିଟ୍ରିଟ୍ରେ ଏହା କରାଯିବାର ଯୋଜନା ହୋଇଛି। ନଭେମ୍ବରରୁ ଇକୋ-ରିଟ୍ରିଟ୍ ଆରମ୍ଭ ହୋଇ ଫେବୃଆରୀ ଶେଷ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହ ପର୍ୟ୍ୟନ୍ତ ଚାଲିଥାଏ। ତେବେ ଇକୋ-ରିଟ୍ରିଟ୍ ଚାଲିବା ସମୟରେ ମଧ୍ୟ ଏହାରି ପରିସରରେ ୱେଡିଂ ପ୍ଲାନିଂର ବ୍ୟବସ୍ଥା ହେବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login