ନୂଆଦିଲ୍ଲୀ : ଡିସେମ୍ବର ୧ ତାରିଖରୁ ସଂସଦର ଶୀତ ଅଧିବେଶନ । ଡିସେମ୍ବର ୧୯ ତାରିଖ ପ ର୍ଯ୍ୟନ୍ତ ଚାଲିବ ଅଧିବେଶନ । ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିବା ନେଇ ସଂସଦୀୟ ମନ୍ତ୍ରୀଙ୍କ ସୂଚନା । ସେ କହିଛନ୍ତି ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସରକାରଙ୍କ ପ୍ରସ୍ତାବିତ ଅଧିବେଶନ ତାରିଖକୁ ଅନୁମୋଦନ କରିଛନ୍ତି। ଚଳିତ ଅଧିବେଶରେ ବହୁ ଗରୁତ୍ବପୂର୍ଣ୍ଣ ବିଲ ଆସିବ । ବିହାର ବିଧାନସଭା ନିର୍ବାଚନ ପରେ ହେବାକୁ ଥିବା ଶୀତ ଅଧିବେଶରେ ସରକାରଙ୍କୁ ଘେରିବାକୁ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି । ବିଶେଷକରି ଭୋଟ ଚୋରି, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ଓ ବିଦେଶ ନୀତିକୁ ପ୍ରସଙ୍ଗ କରିବେ ବିରୋଧୀ । ଏପଟେ ବିରୋଧୀଙ୍କୁ କାଉଁଟର କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ।
Views: 63











