ଭୁବନେଶ୍ୱର : ଆଜି ଡିସଚାର୍ଜ ହେଲେ ଟନେଲରୁ ଉଦ୍ଧାର ୫ ଓଡିଆ ଶ୍ରମିକ । ରୁଷିକେଶ ଏମସ ହସ୍ପିଟାଲ କର୍ତ୍ତୁପକ୍ଷଙ୍କ ସୂଚନା । ରୁଷିକେଶ ଏମସ ହସ୍ପିଟାଲରୁ ଡିସଚାର୍ଜ ହେଲେ ୫ ଶ୍ରମିକ । ରୁଷିକେଶରୁ ଡେରାଡୁନ ଓ ସେଠାରୁ ଦିଲ୍ଲୀ ଯାଇ ଭୁବନେଶ୍ୱର ଆସିବେ । ଗତକାଲି ଭୁବନେଶ୍ୱରରେ ପହଁଚିବେ ।
ସୂଚନା ଅନୁଯାୟୀ ଉତ୍ତରାଖଣ୍ଡ ଟନେଲ ଟ୍ରାଜେଡିରେ ଫସିଥିଲେ ୪୧ ଜଣ ଶ୍ରିମକ । ଯେଉଁଥିରେ ୫ ଜଣ ଓଡିଶାର ଶ୍ରମିକ ରହିଥିଲେ । ଦୀର୍ଘ ୧୭ ଦିନର ସଂଘର୍ଷ ପରେ ଉଦ୍ଧାର ହୋଇଛନ୍ତି ଶ୍ରମିକ । ସେମାନଙ୍କୁ ରୁଷିକେଶ ଏମସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲା । ତେବେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ସମସ୍ତ ଶ୍ରମିକଙ୍କୁ ୧ ଲକ୍ଷ ଲେଖାଏ ସହାୟତା ରାଶି ଘୋଷଣା କରିଛନ୍ତି ।
Views: 79