ସମ୍ବଲପୁର : ଡିଭାଇଡରରେ ଧକ୍କା ହୋଇ ଟ୍ରକକୁ ପିଟିଲା କାର । କାରରେ ଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣଙ୍କର ଚାଲିଗଲା ଜୀବନ । ଆଉ ୨ ଜଣ ଗୁରୁତର ଅଛନ୍ତି । ବୁର୍ଲା ଥାନା ଲଡୁଖାଇ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ଗୁରୁତର ୨ ଜଣ ବୁର୍ଲା ଭିମସାରରେ ଭର୍ତ୍ତି ହୋଇଛନ୍ତି । ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ କାରରୁ ଯୁବକମାନଙ୍କୁ ଉଦ୍ଧାରକରି ଆମ୍ବୁଲାନ୍ସ ଯୋଗେ ବୁର୍ଲା ମେଡିକାଲକୁ ପଠାଇବାର ବ୍ୟବସ୍ଥା କରାଇଥିଲେ କ୍ଷ ବୁର୍ଲା ମେଡିକାଲରେ ଡ଼ାକ୍ତର ସୁବ୍ରତ ସାହୁ, ମନୀଷ ୟାଦବ ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ କ୍ଷ ସୌରଭ ଗୁପ୍ତା ଓ ଆକାଶ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି କ୍ଷ ଘଟଣା ସମ୍ପର୍କରେ ଗୋଶାଳା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି କ୍ଷ
Views: 36