କଳାହାଣ୍ଡିରେ ପୁଲିସ ମାଓବାଦୀ ଗୁଳିବିନିମୟ ଘଟଣା । ଡିଜି କ୍ୟାମ୍ପ ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଗୁଇନ୍ଦା ନିଦେ୍ର୍ଦଶକ ଏବଂ ଆଇନଶୃଙ୍ଖଳା ଏଡିଜି ଉପସ୍ଥିତ । ମାଓ ଅପରେସନ ଓ ଝାରସୁଗୁଡା ଉପନିର୍ବାଚନ ନେଇ ଆଲୋଚନା । ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡାଙ୍କ ସହ ଆଇନଶୃଙ୍ଖଳା ଏଡିଜି ରାଧାକୃଷ୍ଣ ଶର୍ମା ମଧ୍ୟ ଏହି ବୈଠକରେ ଉପସ୍ଥିତ ଅଛନ୍ତି।
ସୂଚନା ଯୋଗ୍ୟ ଆଜି ସକାଳ ୧୦ଟା ବେଳେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପୋଲିସ ଗୁଳିରେ ୩ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ମଦନପୁର ରାମପୁର ଟାପରାଙ୍ଗ ସଂରକ୍ଷିତ ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବାର ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନ ।
Views: 68