ଅନୁଗୁଳ : ମହିଳା ହୋମଗାର୍ଡଙ୍କୁ ଡିଆଇଜିଙ୍କ ପତ୍ନୀ ନିର୍ଯାତନା ଦେବା ଅଭିଯୋଗ ଘଟଣା । ଆତ୍ମହତ୍ୟା ଉଦ୍ୟମ କଲେ ଅନୁଗୁଳରେ କାର୍ୟ୍ୟରତ ଜଣେ ମହିଳା ହୋମଗାର୍ଡ । ଟ୍ରେନ ଆଗରେ ଜୀବନ ହାରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏଥିରେ ମହିଳା ହୋମଗାର୍ଡ ଦୁଇ ଗୋଡ଼ ହରାଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତା କରାଯାଇଛି । ଦୁଇ ଗୋଡ଼ ହରାଇଥିବା ମହିଳା ହୋମଗାର୍ଡ ହେଲେ ଅନୁଗୁଳ ଜିଲ୍ଲା ରାଣୀଗୋଡାର ସୈରିଦ୍ରୀ ସାହୁ । ଅଗଷ୍ଟ ୪ ତାରିଖରେ ଏହି ଘଟଣା ଘଟିଥିଲା । ପୋଲିସ ତଦନ୍ତ ଚଳାଇଛି । ଏ ସମ୍ପର୍କରେ ଗତ ୧୩ ତାରିଖରେ ହୋମଗାର୍ଡ ଡିଜିଙ୍କୁ ଲିଖିତ ଭାବେ ଜଣାଇଛନ୍ତି ମହିଳା ହୋମଗାର୍ଡ ।
ଅନ୍ୟପଟେ ନିର୍ଯାତନା ଦେବା ଘଟଣାକୁ ଖଣ୍ଡନ କଲେ ଡିଆଇଜି ବ୍ରିଜେଶ ରାଏ । କୈାଣସି ନିର୍ଯାତନା ତାଙ୍କୁ ଦିଆଯାଇ ନ ଥିବା କହିଲେ ଡିଆଇଜି । ଆମେ ସମସ୍ତେ କଲିଗ, ସରକାରଙ୍କ ପାଇଁ କାମ କରୁଛୁ । ମହିଳା ହୋମଗାର୍ଡ ଜଣଙ୍କୁ କେହି ପ୍ରବର୍ତ୍ତାଇ ଥିବେ । ତାଙ୍କର ପାରିବାରିକ ସମସ୍ୟା ଥିଲା , ଅନ୍ୟମନସ୍କ ରହୁଥିଲେ । ତାଙ୍କୁ ଅନ୍ୟତ୍ର କାମ କରିବା ପାଇଁ କୁହାଯାଇଥିଲା । ଅନୁଗୁଳର ମହିଳା ହୋମଗାର୍ଡ ସୈରିନ୍ଦ୍ରୀ ସାହୁ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଡିଆଇଜିଙ୍କ ପତ୍ନୀ ତାଙ୍କୁ ମାଡ ମାରୁଥିବା ଉଲ୍ଲେଖ କରିଛନ୍ତି ସୈରିନ୍ଦ୍ରୀ । ଅତିଷ୍ଠ ହୋଇ ଆତ୍ମହତ୍ୟା ନିଷ୍ପତ୍ତି ନେଇଥିବା ଅଭିଯୋଗ କରିଛନ୍ତି । ଆତ୍ମହତ୍ୟା ଉଦ୍ୟମ କରି ଦୁଇ ଗୋଡ ହରାଇଛନ୍ତି ସୈରିନ୍ଦ୍ରୀ ।
ଡିଆଇଜି ପତ୍ନୀଙ୍କ ନିର୍ଯାତନା ଘଟଣା ; ଆତ୍ମହତ୍ୟା ଉଦ୍ୟମ କରି ଦୁଇ ଗୋଡ ହରାଇଲେ କାର୍ଯ୍ୟରତ ମହିଳା ହୋମଗାର୍ଡ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











