ବାରିପଦା : ଡାହାଣୀ ସନ୍ଦେହରେ ମହିଳାଙ୍କୁ ହାଣି ହତ୍ୟା ଉଦ୍ୟମ । ଝାରପୋଖରିଆ ଥାନା ଲହଣ୍ଡାକଟା ଗାଁରେ ମହିଳାଙ୍କୁ ବୀଭତ୍ସ ହତ୍ୟା । ଗୁରୁତର ଅବସ୍ଥାରେ ତାଙ୍କୁ ବାରିପଦା ନେଉଥିବା ବେଳେ ବାଟରେ ତାଙ୍କ ମୃତ୍ୟୁ ହୋଇଥିଲା । ଭାଉଜକୁ ଡାହାଣୀ ଲାଗୁଥିବା ସନ୍ଦେହ କରି ଅତି ଅମାନବୀୟ ଭାବେ ଦିୟର ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ସ୍ୱାମୀ । ଘଟଣା ସ୍ଥଳରେ ପୋଲିସ ପହଞ୍ଚିି ତଦନ୍ତ ଜାରି ରଖିଛି । ହତ୍ୟା ପରଠୁ ମହିଳାଙ୍କ ଦିଅର ଓ ପୁତୁରା ଫେରାର ଥିବା ସୂଚନା । ଦିଅର ଓ ପୁତୁରା ଫେରାର ଥିବାରୁ ହତ୍ୟା କରିଥିବା ସନ୍ଦେହ ।
Views: 88











