ଦିଗପହଣ୍ଡି : ଦିଗପହଣ୍ଡି ଡବଲ ମର୍ଡର ମାମଲା । ୪ ଜଣଙ୍କୁ ଆଜୀବନ ଦଣ୍ଡାଦେଶ । ୪ ଦୋଷୀଙ୍କୁ ଆଜୀବନ ସଜା ଶୁଣାଇଲେ ବ୍ରହ୍ମପୁର ଏଡିଜେ କୋର୍ଟ । ଦିଗପହଣ୍ଡି ଥାନା ପାଳ ଝାଡି ସୈାରାପାହାଡରେ ଡବଲ ମର୍ଡର ହୋଇଥିଲା । ପୂର୍ବ ଶତ୍ରୁତାରୁ ୨ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିଲା ।
ମାମଲାର ବିବରଣୀରୁ ଜଣାଯାଏ ଯେ, ୨୦୨୨ ମସିହାରେ ଦୁଇ ବିଜେଡି ନେତାଙ୍କୁ ପାଳଝା ଗ୍ରାମର ପ୍ରଶାନ୍ତ ଗୌଡ଼ ଓ ତାଙ୍କ ସହଯୋଗୀମାନେ ହତ୍ୟା କରିଥିଲେ। ଏନେଇ ଗଂଜାମ ଜିଲ୍ଲା ଦିଗପହଣ୍ଡି ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ମାମଲାର ତଦନ୍ତ କରି ୮ଜଣଙ୍କୁ ଗିରଫ କରିଥିଲା। ୨୮ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଉପଯୁକ୍ତ ପ୍ରମାଣ ମିଳିଥିବାରୁ ଏଡିଜେ-୩ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ରଜତ କୁମାର ଦାଶ ମାମଲା ପରିଚାଳନା କରିଥିଲେ।
Views: 45