କୃଷ୍ଣପ୍ରସାଦ: ଚିଲିକାରୁ ମିଳିଲା ନିଖୋଜ ଡଙ୍ଗା ଚାଳକଙ୍କ ମୃତଦେହ । ଗତକାଲି ଡଙ୍ଗାରୁ ପଡି ନିଖୋଜ ହୋଇଯାଇଥିଲେ ଡଙ୍ଗାଚାଳକ । ୫ ପର୍ଯ୍ୟଟକଙ୍କୁ ନେଇ ମଗରମୁଖ ଯାଉଥିବା ବେଳେ ପଡି ଯାଇଥିଲେ । ଡଙ୍ଗା ସହ ୫ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ । ସୂଚନା ଅନୁଯାଇ ଡଲଫିନ ଦେଖାଇ ଫେରୁଥିବାବେଳେ ଅସାବଧାନତା ଯୋଗୁ ଚାଳକ ଜଣକ ଡଙ୍ଗାରୁ ଖସିପଡିଥିଲେ। କିନ୍ତୁ ଡଙ୍ଗାଟିର ମୋଟର ଚାଲୁ ରହିଥିଲା । ଫଳରେ ଡଙ୍ଗାଟି ଆଗକୁ ପଳାଇ ଆସିଥିଲା। ନିକଟରେ ଥିବା ଆଉ ଏକ ଡଙ୍ଗା ଯାଇ ପର୍ୟ୍ୟଟକଙ୍କୁ ଉଦ୍ଧାର କରିଥିଲା।ଆଜି ଡଙ୍ଗା ଚାଳକଙ୍କ ମୃତଦେହ ଉଦ୍ଧାର ହୋଇଛି ।
Views: 66