ଆଜିକାଲି ମଣିଷ ଏତେମାତ୍ରାରେ ବ୍ୟସ୍ତ ରହୁଛନ୍ତି ଯେ ଠିଆ ହୋଇ ଖାଇବା ଏକ ଅଭ୍ୟାସରେ ପରିଣତ ହୋଇଗଲାଣି । ଯାହା ଫଳରେ କୈାଣସି କାମକୁ ଘଣ୍ଟା ଘଣ୍ଟା କରିବାକୁ ଇଚ୍ଛା କରୁନାହାନ୍ତି । ଯେଉଁଭଳି ଭାବରେ ଠିଆ ହୋଇ ଖାଦ୍ୟ,ପାଣି ପାନ କରୁଛନ୍ତି ତାହା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ ଏବଂ ପାଚନତନ୍ତ୍ର ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ । ଠିଆ ହୋଇ ଖାଇବା ଦ୍ୱାରା ସମୟ କମିଯାଇପାରେ , କିନ୍ତୁ ଅନେକ ରୋଗର ଶିକାର ହୋଇପାରନ୍ତି ।

ଅଧିକ ଭୋକ ଲାଗିଥାଏ
ଯେଉଁ ବ୍ୟକ୍ତିମାନେ ଠିଆ ହୋଇ ଖାଦ୍ୟ ଖାଉଛନ୍ତି ସେମାନଙ୍କୁ ଅଧିକ ଭୋକ କରିଥାଏ । କାରଣ ଠିଆ ହୋଇ ଖାଦ୍ୟ ଖାଇବା ଦ୍ୱାରା ଶୀଘ୍ର ହଜମ ହୋଇ ଅଧିକ ଭୋକ କରିଥାଏ । ଆବଶ୍ୟକତାଠାରୁ ଅଧିକ ଖାଇବା ଦ୍ୱାରା ଅନେକ ରୋଗରେ ଆକ୍ରାନ୍ତ ହେଉ ।
ପାଚନକୁ ପ୍ରଭାବିତ କରିଥାଏ
ଠିଆ ହୋଇ ଖାଦ୍ୟ ଖାଇବା ଦ୍ୱାରା ପ୍ରତ୍ୟେକ ମଣିଷ ଖାଦ୍ୟକୁ କମ୍ ଚୋବାଇଥାନ୍ତି । ଖାଦ୍ୟ ଶୀଘ୍ର ପାଚନତନ୍ତ୍ରକୁ ଆସିବା ଦ୍ୱାରା ଏଥିରୁ ପୋଷକତତ୍ତ୍ୱ ମଧ୍ୟ ଠିକ୍ ଭାବେ ଅବଶୋଷିତ ହୋଇପାରେ ନାହିଁ । ଏଥିଯୋଗୁଁ ଗ୍ୟାସ୍ ଓ ଏସିଡିଟି ସମସ୍ୟା ହୋଇଥାଏ ।