ଭୁବନେଶ୍ୱର : ଟ୍ୱିନ ସିଟି କଟକ ଓ ଭୁବନେଶ୍ୱରରେ ହାଲୁକା ବର୍ଷା। କୋହଲା ପାଗ ସାଙ୍ଗକୁ ଲାଗି ରହିଛି ଝିପିଝିପି ବର୍ଷା। ଓଡିଶା ଉପରେ କୌଣସି ପାଣିପାଗ ନିୟାମକ ନଥିବା ବେଳେ ପଶ୍ଚିମବଙ୍ଗରୁ ଆସୁଥିବା ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଏବଂ ପଶ୍ଚିମା ବାୟୁର ମିଳନ ଏବଂ ତେଲେଙ୍ଗାନା ଉପରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏଭଳି ପାଗ ଜାରି ରହିଛି । ଆସନ୍ତା କାଲି ଯାଏଁ ରାଜ୍ୟର କିଛି ଜିଲ୍ଲରେ ଲାଗିରହିବ କୋହଲା ପାଗ, ୨୬ରୁ ବଦଳିବ ପାଗ । ୨୪ ଘଣ୍ଟା ପରେ ପରବର୍ତ୍ତୀ ୩ ଦିନ ମଧ୍ୟରେ ରାଜ୍ୟରେ ରାତ୍ରିର ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ଯାଏଁ ତଳକୁ ଖସିବ । ଫଳରେ ଜାଡ ବଢିବ ବୋଲି ଆକଳନ କରାଯାଇଛି।ଗତକାଲି ଠାରୁ ଉତ୍ତର ଉପକୂଳ ଓଡିଶା ସମେତ, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଝାରସୁଗୁଡା, ସସମ୍ବଲପୁର, ବରଗଡ ପାର୍ଶ୍ଵବର୍ତ୍ତୀ ସୋନପୁର, ବଲାଙ୍ଗୀର ଜିଲ୍ଲାର କିଛି ଅଞ୍ଚଳରେ ଲାଗିରହିଛି ହାଲୁକା ବର୍ଷା।
Views: 80











