ନୂଆଦିଲ୍ଲୀ : ୟୁଜରଙ୍କ ପାଇଁ କଟକଣା ଜାରି କଲା ସୋସିଆଲ ମିଡିଆ ସାଇଟ ଟ୍ୱିଟର । ପୋଷ୍ଟ କରିବା ଓ ପଢିବା ଉପରେ ଅଙ୍କୁଶ ଲଗାଇଲା ଟ୍ୱିଟର । ଅସ୍ଥାୟୀ ଭାବେ ଅଙ୍କୁଶ ଟ୍ୱିଟର ମୁଖ୍ୟ ଏଲନ ମସ୍କଙ୍କ ସୂଚନା । ଭେରିଫାଏଡ ଆକାଉଣ୍ଟ ହୋଲ୍ଡର ଦୈନିକ ୬ ହଜାର ପୋଷ୍ଟ ପଢିପାରିବେ । ଭେରିଫାଏଡ ହୋଇ ନ ଥିଲେ ଦୈନିକ ସର୍ବାଧିକ ୬ ଶହ ପୋଷ୍ଟ ପଢିପାରିବେ । ନୂଆ ଅନଭେରିଫାଏଡ ଆକାଉଣ୍ଟ ପାଇଁ ଏହା ୩ ଶହରେ ସୀମିତ । ଡାଟା ସ୍କ୍ରାପିଂ ଓ ଜାଲିଆତି ରୋକିବାକୁ କରାଯାଇଥିବା ମସ୍କଙ୍କ ସୂଚନା ।
ଅନ୍ୟପଟେ ଗତକାଲି ମାଇକ୍ରୋବ୍ଲଗିଂ ସାଇଟ ଟ୍ୱିଟର ଅଚଳ ହୋଇଯାଇଥିଲା । ଏ ନେଇ ଅନେକ ୟୁଜର୍ସ ଅଭିଯୋଗ କରିଥିଲେ । ୩ ହଜାରରୁ ଅଧିକ ଉପଭୋକ୍ତା ଟ୍ୱିଟର ଡାଉନ ହୋଇଥିବା ନେଇ ଅଭିଯୋଗ ଆଣିଥିଲେ ।
Views: 102











