ଖୋର୍ଦ୍ଧା: ଖୋର୍ଦ୍ଧା ରୋଡ ରେଳ ଷ୍ଟେସନରେ ଟ୍ରେନରୁ ଶିଶୁପୁତ୍ର ଉଦ୍ଧାର । ପ୍ରଶାନ୍ତୀ ଏକ୍ସପ୍ରେସ ଟ୍ରେନ ବଗିରୁ ନବଜାତ ଶିଶୁପୁତ୍ର ଉଦ୍ଧାର । ଶିଶୁଟିକୁ ଉଦ୍ଧାର କରି ଚାଉଲ୍ଡଲାଇନକୁ ଖବର ଦେଲା ଆରପିଏଫ । ଶିଶୁଟିକୁ କିଏ ଓ କାହିଁକି ସେଠାରେ ଛାଡିଛି ଜଣାପଡିନି । ଦୁଇ ଦିନର ଶିଶୁକୁ ଜନ୍ମ କରିଥିବା ମା ଟ୍ରେନରେ ଛାଡିଦେଇଥିବା ନେଇ ସନ୍ଦେହ । ଆରପିଏଫ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ ନେଇଛି ଚିକିତ୍ସାଳୟ । ଶିଶୁ ପୁତ୍ରକୁ କିଏ ଟ୍ରେନରେ ରଖିଲା ସେନେଇ ତଦନ୍ତ ଆରମ୍ଭ କରିଛି ଆରପିଏଫ ।
Views: 83